ମସ୍ଜିଦରେ ‘ଜୟ ଶ୍ରୀରାମ’ ନାରା ଅପରାଧ ନୁହେଁ; କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ମସ୍ଜିଦରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ନୁହେଁ । କର୍ଣ୍ଣାଟକ ହାଇକୋର୍ଟରେ ଦାୟର ହୋଇଥିବା ଅପରାଧିକ ମାମଲାକୁ ଖାରଜ କରିଛନ୍ତି ଅଦାଲତ । ଖଣ୍ଡପୀଠ କହିଛନ୍ତି, ମସଜିଦରେ ‘ଜୟ ଶ୍ରୀରାମ’ ଗାନକଲେ କୌଣସି ଧର୍ମର ଧାର୍ମିକ ଭାବନାକୁ ଏବା କୁଠାରଘାତ କରୁନାହିଁ । ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏହା ସହିତ ଜୟ ଶ୍ରୀରାମ ନାରା ଦେଇଥିବା ୨ଜଣଙ୍କ ନାଁରେ ଦାୟର ହୋଇଥିଲା ଅପରାଧିକ ମାମଲାକୁ ଖାରଜ କରିଛନ୍ତି କର୍ଣ୍ଣାଟକ ଉଚ୍ଚ ଅଦାଲତ । ସୂଚନା ଅନୁଯାୟୀ, ଏହି ମାମଲାରେ କୋର୍ଟ ଗତମାସରେ ରାୟ ପ୍ରକାଶ କରିଥିଲେ । ହେଲେ ମଙ୍ଗଳବାର ଦିନ ଏହାକୁ ହାଇକୋର୍ଟ ଓ୍ବେବସାଇଟରେ ଅପଲୋଡ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ କନ୍ନଡ ଜିଲ୍ଲାର ଦୁଇ ବ୍ୟକ୍ତି ଏକ ମସଜିଦରେ ପ୍ରବେଶ କରି ସେଠାରେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏନେଇ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲା । ଭାରତୀୟ ଦଣ୍ଡ ସଂହିତା ଧାରା ୨୯୫, ୪୪୭, ଏବଂ ଧାରା ୫୦୬ରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଛନ୍ତି । ..