ମହଙ୍ଗା ପଡ଼ିଲା ପାକ ପ୍ରେମ, ତୁର୍କୀର ୨୦୦ ନିୟୁତ ଡଲାର କ୍ଷତି
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ତୁର୍କୀର ପ୍ରେମ ଏହାର ବ୍ୟବସାୟକୁ ମହଙ୍ଗା ପଡ଼ିଛି। ଗୋଟିଏ ପଟେ ବୟକଟ୍ ତୁର୍କୀ ଅଭିଯାନ ଅଧୀନରେ ତୁର୍କୀ ଉତ୍ପାଦ ବୟକଟ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଭାରତରେ ବ୍ୟବସାୟ କରୁଥିବା ତୁର୍କୀ କମ୍ପାନୀଗୁଡିକ ମଧ୍ୟ ଖରାପ ଅବସ୍ଥାରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ତୁର୍କୀ ବିମାନ ଚଳାଚଳ କମ୍ପାନୀ ସେଲେବି। ଗତ ଗୁରୁବାର ଦିନ ଭାରତ ସରକାର ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସେବା ପ୍ରଦାନକାରୀ କମ୍ପାନୀ ସେଲେବି ଆଭିଏସନ୍ର […] The post ମହଙ୍ଗା ପଡ଼ିଲା ପାକ ପ୍ରେମ, ତୁର୍କୀର ୨୦୦ ନିୟୁତ ଡଲାର କ୍ଷତି appeared first on Odisha.News.
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ତୁର୍କୀର ପ୍ରେମ ଏହାର ବ୍ୟବସାୟକୁ ମହଙ୍ଗା ପଡ଼ିଛି। ଗୋଟିଏ ପଟେ ବୟକଟ୍ ତୁର୍କୀ ଅଭିଯାନ ଅଧୀନରେ ତୁର୍କୀ ଉତ୍ପାଦ ବୟକଟ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଭାରତରେ ବ୍ୟବସାୟ କରୁଥିବା ତୁର୍କୀ କମ୍ପାନୀଗୁଡିକ ମଧ୍ୟ ଖରାପ ଅବସ୍ଥାରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ତୁର୍କୀ ବିମାନ ଚଳାଚଳ କମ୍ପାନୀ ସେଲେବି।
ଗତ ଗୁରୁବାର ଦିନ ଭାରତ ସରକାର ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସେବା ପ୍ରଦାନକାରୀ କମ୍ପାନୀ ସେଲେବି ଆଭିଏସନ୍ର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରୁ ବାତିଲ କରିଦେଇଥିଲେ। ଭାରତର ଏହି କାର୍ଯ୍ୟାନୁଷ୍ଠାନର ଏପରି ପ୍ରଭାବ ପଡ଼ିଥିଲା ଯେ କମ୍ପାନୀର ଭାଲୁଏସନ ମାତ୍ର ଦୁଇ ଦିନରେ ଏକ ତୃତୀୟାଂଶ ହ୍ରାସ ପାଇଥିଲା। କେବଳ ଏତିକି ନୁହେଁ, କମ୍ପାନୀର ଭାରତରେ କାମ କରୁଥିବା ପ୍ରାୟ ୩୮୦୦ କର୍ମଚାରୀଙ୍କ ଚାକିରି ମଧ୍ୟ ବିପଦରେ ପଡ଼ିଥିଲା।ସେଲିବି ଆଭିଏସନ୍ ଦେଶର ୯ଟି ପ୍ରମୁଖ ବିମାନବନ୍ଦରରେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସମ୍ବେଦନଶୀଳ ବିମାନବନ୍ଦର ସମେତ ଭୂମି ପରିଚାଳନା, କାର୍ଗୋ ସେବା ଏବଂ ଏୟାରସାଇଡ୍ ଅପରେସନ୍ ଭଳି ଉଚ୍ଚ ସୁରକ୍ଷା କାର୍ଯ୍ୟ ପରିଚାଳନା କରୁଥିଲା।
ଭାରତର ଏହି ପଦକ୍ଷେପ ଯୋଗୁଁ ସେଲେବି ବିମାନବନ୍ଦର ସେବା ଭାଲୁଏସନ ଏକା ଥରକେ ପ୍ରାୟ ୨୦୦ ନିୟୁତ ଡଲାର କ୍ଷତି ହୋଇଛି। ଫଳରେ ତୁର୍କୀ କମ୍ପାନୀର ଗ୍ଲୋବାଲ ରେଭେନ୍ୟୁ ଏକ ତୃତୀୟାଂଶ ହ୍ରାସ ହୋଇଯାଇଛି।
The post ମହଙ୍ଗା ପଡ଼ିଲା ପାକ ପ୍ରେମ, ତୁର୍କୀର ୨୦୦ ନିୟୁତ ଡଲାର କ୍ଷତି appeared first on Odisha.News.