ମହଙ୍ଗା ପଡ଼ିଲା ଭୁବନେଶ୍ୱର ଛାତି ଉପରେ ବେପରୁଆ ଗାଡ଼ି ଚାଳନା, ୫ ଗିରଫ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଭୁବନେଶ୍ୱର ଛାତି ଉପରେ ବେପରୁଆ ଗାଡ଼ି ଚାଳନା। ୫ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ। ଏହା ସହ ୨ଟି ଗାଡ଼ି ଜବତ କରାଯାଇଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଆତଙ୍କ ଖେଳାଇଥିଲେ ଏମାନେ।ଅଭିଯୁକ୍ତମାନେ ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକକୁ ସଂଯୋଗ କରୁଥିବା ରାସ୍ତାରେ ୪ଟି କାର୍ରେ ଯାଉଥିଲେ। ଦୁଇଟି କାରରେ ୨ ଜଣ ସନ୍ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେହିପରି ଅନ୍ୟ ଏକ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ। ଏପରିକି ସେଥିମଧ୍ୟରୁ ଗୋଟିଏ କାର ଅତି ବିପଜ୍ଜନକ ଭାବେ ଫୁଟ୍ ପାଥ୍ ଉପରକୁ ଚାଲିଯାଇଥିଲା। 16.9.2024Special squad and Laxmisagar Police seize two vehicles and arrest 5 accused persons in the road rage incident. pic.twitter.com/9eBSq0Czmp— COMMISSIONERATE POLICE (@cpbbsrctc) September 16, 2024ରାସ୍ତାରେ ଯାଉଥିବା କେହି ଜଣେ ନିଜ ମୋବାଇଲ ଫୋନ୍ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ମଧ୍ୟରେ ରେକର୍ଡ କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନେଇଥିଲା କମିଶନରେଟ ପୁଲିସ। ଘଟଣାର ତଦନ୍ତ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଭୁବନେଶ୍ୱର ଛାତି ଉପରେ ବେପରୁଆ ଗାଡ଼ି ଚାଳନା। ୫ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ। ଏହା ସହ ୨ଟି ଗାଡ଼ି ଜବତ କରାଯାଇଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଆତଙ୍କ ଖେଳାଇଥିଲେ ଏମାନେ।
ଅଭିଯୁକ୍ତମାନେ ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକକୁ ସଂଯୋଗ କରୁଥିବା ରାସ୍ତାରେ ୪ଟି କାର୍ରେ ଯାଉଥିଲେ। ଦୁଇଟି କାରରେ ୨ ଜଣ ସନ୍ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେହିପରି ଅନ୍ୟ ଏକ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ। ଏପରିକି ସେଥିମଧ୍ୟରୁ ଗୋଟିଏ କାର ଅତି ବିପଜ୍ଜନକ ଭାବେ ଫୁଟ୍ ପାଥ୍ ଉପରକୁ ଚାଲିଯାଇଥିଲା।
16.9.2024
Special squad and Laxmisagar Police seize two vehicles and arrest 5 accused persons in the road rage incident. pic.twitter.com/9eBSq0Czmp— COMMISSIONERATE POLICE (@cpbbsrctc) September 16, 2024
ରାସ୍ତାରେ ଯାଉଥିବା କେହି ଜଣେ ନିଜ ମୋବାଇଲ ଫୋନ୍ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ମଧ୍ୟରେ ରେକର୍ଡ କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନେଇଥିଲା କମିଶନରେଟ ପୁଲିସ। ଘଟଣାର ତଦନ୍ତ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।