ମହଙ୍ଗା ପଡ଼ିଲା ମଦ ପିଇବାକୁ ମନା କରିବା, ଶଳାର ନାକକୁ କାମୁଡି ଛିଣ୍ଡାଇଦେଲା ଭିଣୋଇ
ଆନନ୍ଦପୁର: ମଦ ପିଇବାକୁ ବାରଣ କରିବାରୁ ଶଳାର ନାକକୁ କାମୁଡି ଛିଣ୍ଡାଇ ଦେଲା ଭିଣୋଇ। ଗୁରୁତର ଅବସ୍ଥାରେ ଶଳାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘଷିପୁରା ଥାନା ଅମାରଙ୍ଗ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଶିରିଆ ନାଇକ ନିଜ ଭିଣୋଇକୁ ମଦପିଇ ବାରଣ କରିବା ସହ ଟଙ୍କା ବରବାଦ ନକରିବାକୁ ଚେତାଇ ଦେଉଥିଲେ। ସେହି ଟଙ୍କାକୁ ଝିଅର ବାହାଘର ପାଇଁ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ। କାରଣ ଝିଅମାନେ ବଡ ହୋଇଥିବାରୁ ଏପରି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଉଥିଲେ।ତେବେ ନିଶାସକ୍ତ ଅବସ୍ଥାରେ ଥିବା ଭିଣୋଇକୁ ଶଳାର ଏକଥା ହଜମ ହୋଇନଥିଲା। ହଠାତ୍ ଉତକ୍ଷିପ୍ତ ହୋଇ ଉଠିଥିଲା ଭିଶୋଇ। ଶଳା ଶିରିଆକୁ ମାଡିବସି ତାଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଇଥିଲା। ଗୁରୁତର ଅବସ୍ଥାରେ ଶଳାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏନେଇ ଶଳା ଶିରିଆ ନାୟକ ନିଜ ଭିଣୋଇ ବିରୋଧରେ ଥାନାରେ କୈଣସି ଅଭିଯୋଗ କରିନାହାଁନ୍ତି।
ଆନନ୍ଦପୁର: ମଦ ପିଇବାକୁ ବାରଣ କରିବାରୁ ଶଳାର ନାକକୁ କାମୁଡି ଛିଣ୍ଡାଇ ଦେଲା ଭିଣୋଇ। ଗୁରୁତର ଅବସ୍ଥାରେ ଶଳାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘଷିପୁରା ଥାନା ଅମାରଙ୍ଗ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଗାଁର ଶିରିଆ ନାଇକ ନିଜ ଭିଣୋଇକୁ ମଦପିଇ ବାରଣ କରିବା ସହ ଟଙ୍କା ବରବାଦ ନକରିବାକୁ ଚେତାଇ ଦେଉଥିଲେ। ସେହି ଟଙ୍କାକୁ ଝିଅର ବାହାଘର ପାଇଁ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ। କାରଣ ଝିଅମାନେ ବଡ ହୋଇଥିବାରୁ ଏପରି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଉଥିଲେ।
ତେବେ ନିଶାସକ୍ତ ଅବସ୍ଥାରେ ଥିବା ଭିଣୋଇକୁ ଶଳାର ଏକଥା ହଜମ ହୋଇନଥିଲା। ହଠାତ୍ ଉତକ୍ଷିପ୍ତ ହୋଇ ଉଠିଥିଲା ଭିଶୋଇ। ଶଳା ଶିରିଆକୁ ମାଡିବସି ତାଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଇଥିଲା। ଗୁରୁତର ଅବସ୍ଥାରେ ଶଳାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏନେଇ ଶଳା ଶିରିଆ ନାୟକ ନିଜ ଭିଣୋଇ ବିରୋଧରେ ଥାନାରେ କୈଣସି ଅଭିଯୋଗ କରିନାହାଁନ୍ତି।