ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରିବା, ବନ୍ଧା ହେଲେ ଯୁବକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ସୋସିଆଲ ମିଡିଆରେ CMଙ୍କ ନାଁରେ ସେ ଏହାକୁ ପୋଷ୍ଟ କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତରେ ଫେସବୁକ୍ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାପଡ଼ିଥିଲା।ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଫେସବୁକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ମିଥ୍ୟା ଭିଡିଓ ପ୍ରଚାରିତ ହେଉଥିଲା। ଏମିତିକି ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଲୀଳ ଭାବେ ଚିତ୍ରଣ କରାଯାଇଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓ ମର୍ଫ କରାଯାଇ ଭାଇରାଲ କରାଯାଇଥିଲା। ଏହା ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ କରିଛି।ତେବେ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ମେଟା ପ୍ଲାଟଫର୍ମକୁ ମଧ୍ୟ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା। ଅଧିକ ତଦନ୍ତରୁ ଉକ୍ତ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ ହୋଇଥିଲେ। ଚିହ୍ନଟ ପରେ କ୍ରାଇମବ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ସୋସିଆଲ ମିଡିଆରେ CMଙ୍କ ନାଁରେ ସେ ଏହାକୁ ପୋଷ୍ଟ କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତରେ ଫେସବୁକ୍ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାପଡ଼ିଥିଲା।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଫେସବୁକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ମିଥ୍ୟା ଭିଡିଓ ପ୍ରଚାରିତ ହେଉଥିଲା। ଏମିତିକି ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଲୀଳ ଭାବେ ଚିତ୍ରଣ କରାଯାଇଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓ ମର୍ଫ କରାଯାଇ ଭାଇରାଲ କରାଯାଇଥିଲା। ଏହା ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ କରିଛି।
ତେବେ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ମେଟା ପ୍ଲାଟଫର୍ମକୁ ମଧ୍ୟ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା। ଅଧିକ ତଦନ୍ତରୁ ଉକ୍ତ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ ହୋଇଥିଲେ। ଚିହ୍ନଟ ପରେ କ୍ରାଇମବ୍ରାଞ୍ଚ ଟିମ ତୁରନ୍ତ ରାୟଗଡ଼ା ଯାଇ ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଗିରଫ କରିଥିଲେ। ସେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନ କେଉଟଗୁଡ଼ା ଷ୍ଟେସନ ସାହିର ବାସିନ୍ଦା ଏବଂ ରାୟଗଡ଼ାର ଟିକିରିସ୍ଥିତ ଏକ ନିର୍ମାଣ କମ୍ପାନୀରେ କାର୍ଯ୍ୟରତ ବୋଲି ଜଣାପଡ଼ିଥିଲା।