ମହଙ୍ଗା ପଡିଲା ଚୋରା ପୀରତି: ସ୍ୱାମୀକୁ ଧରି ପେଟେଣ୍ଡ୍‌ ମେଡିସିନ ଦେଲେ ସ୍ତ୍ରୀ, ବର୍ତ୍ତିଲେନି ପ୍ରେମିକା

କେନ୍ଦୁଝର: ରଙ୍ଗିଲା ସ୍ୱାମୀକୁ ମହଙ୍ଗା ପଡିଲା ଚୋରା ପୀରତି। ସ୍ତ୍ରୀକୁ ଛାଡି ପ୍ରେମିକା ସହ ସ୍ୱାମୀ କାରରେ ଯାଉଥିବା ବେଳେ ରେଡ୍‌ ହ୍ୟାଣ୍ଡ୍‌ରେ ମାଡି ବସିଥିଲେ ସ୍ତ୍ରୀ। ଆଉ ପ୍ରେମିକା ସହ ସ୍ୱାମୀ ଙ୍କୁ ଦେଲେ ପେଟେଣ୍ଡ ମେଡ଼ିସିନ। ଏବେ କେନ୍ଦୁଝର ସହରରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ମିରିଗିମୁଣ୍ଡି ଅଞ୍ଚଳର ପ୍ରତାପ ପରିଡାଙ୍କୁ ପ୍ରେମ ବିବାହ କରିଥିଲେ ଓ ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ଅଛି।  ହେଲେ ତାଙ୍କ ସ୍ୱାମୀ ଗତ ବର୍ଷ ହେବ  ଆଉ ଏକ ଝିଅ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ପ୍ରତାରଣା କରିବା ସହ ଧୋକା ଦେଉଥିବା ଅଭିଯୋଗ କରିଛନ୍ତି।ଆଜି ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ମିଛ କହି ତାଙ୍କ ପ୍ରେମିକା ପାଖକୁ ଆସିଥିଲେ। ଏ ଖବର ପାଇ ମହିଳା ଜଣକ ସିଧାସଳଖ ଆସି ପହଞ୍ଚି ଯାଇଥିଲେ କେନ୍ଦୁଝର ସହର ସ୍ଥିତ ଡିଏନ୍ ହାଇସ୍କୁଲ ସମ୍ମୁଖରେ ଥିବା ଏକ ଘରୋଇ ଲେଡ଼ିଜ ହଷ୍ଟେଲ ସମ୍ମୁଖରେ । ତାଙ୍କ ସ୍ୱାମୀ ତାଙ୍କ ପ୍ରେମିକାକୁ ଧରି କାରରେ ସେଠାରୁ ବାହାରିଥିଲେ।ସ୍ତ୍ରୀ ସ୍ୱାମୀଙ୍କ ପ୍ରେମିକାର ଚୁଟିକୁ ଭିଡ଼ିଧରି ଉତ୍ତମ ମଧ୍ୟମ ଦେବା ସହ ସ୍ୱାମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। କୌଶଳ କ୍ରମେ ପ୍ରେମିକା ସେଠାରୁ ଖସି ଯାଇ ହଷ୍ଟେଲକୁ ପଳାଇବାରେ ସକ୍ଷମ ହୋଇଥିଲେ। ରାସ୍ତା ମଝିରେ ଏହି ଡ୍ରାମା ଚାଲିଥିବା ବେଳେ ପୋଲିସ ପହଞ୍ଚି ସ୍ୱାମୀ ସ

ମହଙ୍ଗା ପଡିଲା ଚୋରା ପୀରତି:  ସ୍ୱାମୀକୁ ଧରି ପେଟେଣ୍ଡ୍‌ ମେଡିସିନ ଦେଲେ ସ୍ତ୍ରୀ, ବର୍ତ୍ତିଲେନି ପ୍ରେମିକା

କେନ୍ଦୁଝର: ରଙ୍ଗିଲା ସ୍ୱାମୀକୁ ମହଙ୍ଗା ପଡିଲା ଚୋରା ପୀରତି। ସ୍ତ୍ରୀକୁ ଛାଡି ପ୍ରେମିକା ସହ ସ୍ୱାମୀ କାରରେ ଯାଉଥିବା ବେଳେ ରେଡ୍‌ ହ୍ୟାଣ୍ଡ୍‌ରେ ମାଡି ବସିଥିଲେ ସ୍ତ୍ରୀ। ଆଉ ପ୍ରେମିକା ସହ ସ୍ୱାମୀ ଙ୍କୁ ଦେଲେ ପେଟେଣ୍ଡ ମେଡ଼ିସିନ। ଏବେ କେନ୍ଦୁଝର ସହରରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ମିରିଗିମୁଣ୍ଡି ଅଞ୍ଚଳର ପ୍ରତାପ ପରିଡାଙ୍କୁ ପ୍ରେମ ବିବାହ କରିଥିଲେ ଓ ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ଅଛି।  ହେଲେ ତାଙ୍କ ସ୍ୱାମୀ ଗତ ବର୍ଷ ହେବ  ଆଉ ଏକ ଝିଅ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ପ୍ରତାରଣା କରିବା ସହ ଧୋକା ଦେଉଥିବା ଅଭିଯୋଗ କରିଛନ୍ତି।

ଆଜି ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ମିଛ କହି ତାଙ୍କ ପ୍ରେମିକା ପାଖକୁ ଆସିଥିଲେ। ଏ ଖବର ପାଇ ମହିଳା ଜଣକ ସିଧାସଳଖ ଆସି ପହଞ୍ଚି ଯାଇଥିଲେ କେନ୍ଦୁଝର ସହର ସ୍ଥିତ ଡିଏନ୍ ହାଇସ୍କୁଲ ସମ୍ମୁଖରେ ଥିବା ଏକ ଘରୋଇ ଲେଡ଼ିଜ ହଷ୍ଟେଲ ସମ୍ମୁଖରେ । ତାଙ୍କ ସ୍ୱାମୀ ତାଙ୍କ ପ୍ରେମିକାକୁ ଧରି କାରରେ ସେଠାରୁ ବାହାରିଥିଲେ।

ସ୍ତ୍ରୀ ସ୍ୱାମୀଙ୍କ ପ୍ରେମିକାର ଚୁଟିକୁ ଭିଡ଼ିଧରି ଉତ୍ତମ ମଧ୍ୟମ ଦେବା ସହ ସ୍ୱାମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। କୌଶଳ କ୍ରମେ ପ୍ରେମିକା ସେଠାରୁ ଖସି ଯାଇ ହଷ୍ଟେଲକୁ ପଳାଇବାରେ ସକ୍ଷମ ହୋଇଥିଲେ। ରାସ୍ତା ମଝିରେ ଏହି ଡ୍ରାମା ଚାଲିଥିବା ବେଳେ ପୋଲିସ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କୁ ଥାନାକୁ ନେଇ ବୁଝାସୁଝା କରୁଛି।