ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ, ଦର୍ଶକଙ୍କ ଚେୟାର ମାଡ଼ରେ ନିଶା ମହାରଣା ଆହତ
ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ। ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରି ହଟହଟା ହେଲେ ଯାତ୍ରା ଅଭିନେତ୍ରୀ।... The post ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ, ଦର୍ଶକଙ୍କ ଚେୟାର ମାଡ଼ରେ ନିଶା ମହାରଣା ଆହତ appeared first on .
ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ। ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରି ହଟହଟା ହେଲେ ଯାତ୍ରା ଅଭିନେତ୍ରୀ। ଦର୍ଶକଙ୍କ ଚେୟାର ମାଡ଼ରେ ହେଲେ ଆହତ । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଶ୍ଳୀଳ ନୃତ୍ୟ ପରିବେଷଣ କରିବା ଯୋଗୁଁ ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଗତକାଲି ରଗଡ଼ି ସ୍ଥିତ କାମୁଡେଇ ପଡ଼ିଆରେ ଅପେରା ସ୍ବପ୍ନ ମହଲ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଥିଲା। ଏଥିରେ ଅତିଥି କଳାକାର ଭାବେ ଯୋଗ ଦେଇ ନୃତ୍ୟ ପରିବେଷଣ କରୁଥିଲେ ଯାତ୍ରା ଅଭିନେତ୍ରୀ ଜଣକ। ମେଲୋଡି ଚାଲିଥିବା ସମୟରେ ଏକ ଆଇଟମ ଗୀତରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବା ନେଇ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ । ଅଭିନେତ୍ରୀଙ୍କ ମୁଣ୍ଡରେ ଚେୟାର ବାଜିବାରୁ ତାଙ୍କ ଡ଼ାହାଣ ଆଖି ପତା ଫାଟି ଯାଇଥିଲା। ତାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଏହି ଘଟଣାକୁ ନେଇ ଯାତ୍ରା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିବାରୁ ଯାତ୍ରା ବନ୍ଦ ରହିଥିଲା।
The post ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ, ଦର୍ଶକଙ୍କ ଚେୟାର ମାଡ଼ରେ ନିଶା ମହାରଣା ଆହତ appeared first on .