ମହମ୍ମଦ ଶାମୀଙ୍କୁ ହତ୍ୟା ଧମକ: ଭାଇଙ୍କ ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ହତ୍ୟା ଧମକ ମିଳିଛି। ଇ-ମେଲ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସୋମବାର ତାଙ୍କ ଭାଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି। ଶାମୀଙ୍କ ଭାଇ ମହମ୍ମଦ ହସୀବ ଅହମଦଙ୍କ ସୂଚନା ଅନୁସାରେ ଗତକାଲି (୪ ମେ୨୦୨୫) ଶାମୀଙ୍କୁ ଏହି ଧମକ ମିଳିଛି। ମହମ୍ମଦ ଶାମୀ ବର୍ତ୍ତମାନ ଆଇପିଏଲ୍ରେ ସନ୍ରାଇଜର ହାଇଦ୍ରାବାଦ ପକ୍ଷରୁ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କୁ ମାରିବାକୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଛି। ଶାମିଙ୍କ ଭାଇଙ୍କ କହିବା ଅନୁସାରେ, ରବିବାର ଅପରାହ୍ନ ପ୍ରାୟ ୨ରୁ ୩ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏହାପରେ ସେମାନେ ତୁରନ୍ତ ଆମୋରହା ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ବର୍ତ୍ତମାନ ଘଟଣାରେ ତଦନ୍ତ ଆରମ୍ଭ କରିଛି।୨୦୨୩ ବିଶ୍ୱକପ୍ ଅଭିଯାନ ପରେ ଶାମୀଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ଦୀର୍ଘଦିନ ଧରି କ୍ରିକେଟ ମଇଦାନରୁ ଦୂରେଇ ରହିବା ପରେ ଚାମ୍ପିଅନ୍ସ ଟ୍ରଫିରେ ଟିମ୍କୁ ଫେରିଥିଲେ। ତାଙ୍କ କମ୍ବ୍ୟାକ୍ ଏମିତି ଜବରଦସ୍ତ ଥିଲା ଯେ ସେ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ଯୁଗ୍ମ ରୂପେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ। ସେ ପାଞ୍ଚଟି ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ।ମହମ୍ମଦ ହସିବ ଅହମ୍ମଦଏହା ପୂର୍ବରୁ ମହମ୍ମଦ ଶାମୀଙ୍କୁ ଇସ୍ଲାମିକ ଧର୍ମର ପାଳନ ନ କରିବା ନେଇ ଭାରତୀୟ ମୌଲାନା ଶାହାବୁଦ୍ଦି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ହତ୍ୟା ଧମକ ମିଳିଛି। ଇ-ମେଲ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସୋମବାର ତାଙ୍କ ଭାଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି। ଶାମୀଙ୍କ ଭାଇ ମହମ୍ମଦ ହସୀବ ଅହମଦଙ୍କ ସୂଚନା ଅନୁସାରେ ଗତକାଲି (୪ ମେ୨୦୨୫) ଶାମୀଙ୍କୁ ଏହି ଧମକ ମିଳିଛି। ମହମ୍ମଦ ଶାମୀ ବର୍ତ୍ତମାନ ଆଇପିଏଲ୍ରେ ସନ୍ରାଇଜର ହାଇଦ୍ରାବାଦ ପକ୍ଷରୁ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କୁ ମାରିବାକୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଛି।
ଶାମିଙ୍କ ଭାଇଙ୍କ କହିବା ଅନୁସାରେ, ରବିବାର ଅପରାହ୍ନ ପ୍ରାୟ ୨ରୁ ୩ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏହାପରେ ସେମାନେ ତୁରନ୍ତ ଆମୋରହା ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ବର୍ତ୍ତମାନ ଘଟଣାରେ ତଦନ୍ତ ଆରମ୍ଭ କରିଛି।
୨୦୨୩ ବିଶ୍ୱକପ୍ ଅଭିଯାନ ପରେ ଶାମୀଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ଦୀର୍ଘଦିନ ଧରି କ୍ରିକେଟ ମଇଦାନରୁ ଦୂରେଇ ରହିବା ପରେ ଚାମ୍ପିଅନ୍ସ ଟ୍ରଫିରେ ଟିମ୍କୁ ଫେରିଥିଲେ। ତାଙ୍କ କମ୍ବ୍ୟାକ୍ ଏମିତି ଜବରଦସ୍ତ ଥିଲା ଯେ ସେ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ଯୁଗ୍ମ ରୂପେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ। ସେ ପାଞ୍ଚଟି ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ।
ମହମ୍ମଦ ହସିବ ଅହମ୍ମଦ
ଏହା ପୂର୍ବରୁ ମହମ୍ମଦ ଶାମୀଙ୍କୁ ଇସ୍ଲାମିକ ଧର୍ମର ପାଳନ ନ କରିବା ନେଇ ଭାରତୀୟ ମୌଲାନା ଶାହାବୁଦ୍ଦିନ ରିଜବୀ ବରେଲବି ସମାଲୋଚନା କରିଥିଲେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଶାମୀ ଖେଳ ଏନର୍ଜୀ ବଢ଼ାଇବାକୁ ଜୁସ୍ ପିଇଥିଲେ। ଯାହାକୁ ନେଇ ମୌଲାନା ଶାହାବୁଦ୍ଦିନ ରିଜବୀ ବରେଲବି ତାଙ୍କୁ ସମାଲୋଚନା କରିଥିଲେ। ଶାମୀ ରୋଜା ଭଙ୍ଗ କରି ପାପ କରିଛନ୍ତି ବୋଲି ସେ କହିଥିଲେ। ଯାହାକୁ ନେଇ ସାରା ଦେଶର ମୌଲାନାଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶାମୀଙ୍କ ଭାଇ ମୌଲନାଙ୍କୁ କଟମୁଲ୍ଲା ବୋଲି କହିଥିଲେ। ଶାମୀଙ୍କ କୋଚ୍ ମଧ୍ୟ ଏହାକୁ କଡ଼ା ସମାଲୋଚନା କରିଥିଲେ।