ମହମ୍ମଦ ସାମିଙ୍କୁ ମିଳିଲା ସମ୍ମାନଜନକ ଅର୍ଜୁନ ପୁରସ୍କାର
ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ମହମ୍ମଦ ସାମି।
ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମିଳିଲା ସମ୍ମାନଜନକ ଅର୍ଜୁନ ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ମହମ୍ମଦ ସାମି। ବିଶ୍ବକପ୍ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିସ କରିଥିଲା।