ମହାକାଳପଡ଼ା ମକର ଉତ୍ସବରେ ଯୋଗଦେଲେ ବିଜୟ, ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ !
ମକର ସଂକ୍ରାନ୍ତିରେ ମହାକାଳପଡାବାସୀଙ୍କ ପାଇଁ ବଡ଼ ବାର୍ତ୍ତା । ଆଗାମୀ ନିର୍ବାଚନରେ ଶୁଭେଛୁମାନଙ୍କୁ ନିରାଶ କରିବି ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏହା ସହ ମହାକାଳପଡାବାସୀ ସହ ଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା । ମହାକାଳପଡ଼ା ବ୍ଲକ ଛେଡ଼ାକଣି ଠାରେ ଥିବା ସତ୍ୟ ନାରାୟଣ ପୀଠରେ ଅନୁଷ୍ଠିତ ମକର ଉତ୍ସବରେ ଯୋଗଦେଇଥିଲେ ବିଜୟ ମହାପାତ୍ର । ନିଜ ଶୁଭେଚ୍ଛୁ ମାନଙ୍କ ସହ ମଙ୍ଗଳପୁରରୁ ଛେଡାକଣୀ ପର୍ଯ୍ୟନ୍ତ ଏକ ବିରାଟ ରାଲିରେ ଆସିଥିଲେ ବିଜୟ […] The post ମହାକାଳପଡ଼ା ମକର ଉତ୍ସବରେ ଯୋଗଦେଲେ ବିଜୟ, ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ! appeared first on KNews Odisha.

ମକର ସଂକ୍ରାନ୍ତିରେ ମହାକାଳପଡାବାସୀଙ୍କ ପାଇଁ ବଡ଼ ବାର୍ତ୍ତା । ଆଗାମୀ ନିର୍ବାଚନରେ ଶୁଭେଛୁମାନଙ୍କୁ ନିରାଶ କରିବି ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏହା ସହ ମହାକାଳପଡାବାସୀ ସହ ଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା । ମହାକାଳପଡ଼ା ବ୍ଲକ ଛେଡ଼ାକଣି ଠାରେ ଥିବା ସତ୍ୟ ନାରାୟଣ ପୀଠରେ ଅନୁଷ୍ଠିତ ମକର ଉତ୍ସବରେ ଯୋଗଦେଇଥିଲେ ବିଜୟ ମହାପାତ୍ର । ନିଜ ଶୁଭେଚ୍ଛୁ ମାନଙ୍କ ସହ ମଙ୍ଗଳପୁରରୁ ଛେଡାକଣୀ ପର୍ଯ୍ୟନ୍ତ ଏକ ବିରାଟ ରାଲିରେ ଆସିଥିଲେ ବିଜୟ ମହାପାତ୍ର । ସେଠାରେ ପୂଜାର୍ଚନା କରିବା ପରେ କହିଥିଲେ ମୁଁ ମହାକାଳପଡାବାସୀଙ୍କ ସହିତ ଅଛି ।
ଆଗାମୀ ନିର୍ବାଚନରେ ଶୁଭେଛୁମାନଙ୍କୁ ନିରାଶ କରିବିନି । ବିଜୟ ମହାପାତ୍ର ପାଟକୁରାରୁ , ୧୯୮୦ ରୁ ୧୯୯୫ ପର୍ଯ୍ୟନ୍ତ ଲଗାତାର ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୦୦ ରୁ ବିଜେଡ଼ିରୁ ବିଦା ହେବା ପରେ ଦୀର୍ଘ ଦୁଇ ଦଶନ୍ଧି ହେବ ବିଧାନସଭାରେ ପାଦ ରଖି ପାରୁନାହାନ୍ତି । ପାଟକୁରା ଛାଡି ୨୦୧୪ରେ ମହାକାଳପଡା ଆସନରୁ ଭାଗ୍ୟ ପରୀକ୍ଷା କରିଥିଲେ ବିଜୟ । ତଥାପି ତାଙ୍କର ପରାଜୟ ହୋଇଥିଲା । ୨୦୧୯ରେ ପୁଣି ପାଟକୁରାରୁ ହାରିଥିଲେ। ଏବେ ଆଗାମୀ ନିର୍ବାଚନରେ ସେ ମଇଦାନକୁ ଓହ୍ଲାଇବେ କି ନାହିଁ ଏନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ଆଜିର ଉତ୍ତରରୁ ଜଣାପଡୁଛି ଆଗାମୀ ନିର୍ବାଚନରେ ମହାକାଳପଡାରୁ ଲଢି ପାରନ୍ତି ବିଜୟ ମହାପାତ୍ର ।
The post ମହାକାଳପଡ଼ା ମକର ଉତ୍ସବରେ ଯୋଗଦେଲେ ବିଜୟ, ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ! appeared first on KNews Odisha.