ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ, ସ୍ପେସ୍‌ରୁ ଭୂପୃଷ୍ଠ ଯାତ୍ରାକୁ ନେଇ ଚିନ୍ତାରେ ପରିବାର

ନୂଆଦିଲ୍ଲୀ ୧୮।୦୩; ଆଉ କିଛି ଘଣ୍ଟାର ଅପେକ୍ଷା । ଦୀର୍ଘ ୯ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର।  ତାଙ୍କ ଫେରିବାରେ ସାରା ବିଶ୍ୱରେ ଲୋକମାନେ ଯେତିକି ଖୁସି ତାଠାରୁ ଅଧିକ ତାଙ୍କ ପରିବାର ଲୋକେ ଉତ୍ସାହିତ ଅଛନ୍ତି। ଏହି ଖୁସି ମଧ୍ୟରେ, ତାଙ୍କ ସମ୍ପର୍କୀୟଙ୍କ ମୁହଁରେ ଡର ଓ ଚିନ୍ତା ଦେଖିବାକୁ ମିଳିଛି। ତାଙ୍କ ଭଉଣୀଙ୍କ ଫେରିବା ନେଇ ଭାଇ ଦୀନେଶ ରାୱଲ କହିଛନ୍ତି ଯେ ଯେତେବେଳେ ସେ ପୃଥିବୀ ପୃଷ୍ଠରେ ପାଦ ଦେବେ ସେତେବେଳେ ଆମେ ଦୀର୍ଘ ନିଶ୍ଵାସ ନେବୁ। ସମଗ୍ର ପରିବାର ଓ ଗାଁ ଲୋକେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦୀନେଶ ରାୱଲ କହିଛନ୍ତି ଯେ ସୁନୀତା ମୋର ଦାଦାଙ୍କ ଝିଅ। ଯେତେବେଳେ ସେ ମହାକାଶକୁ ଯିବାର ଥିଲା, ମୁଁ ସୁନୀତାକୁ ଭେଟିବା ପାଇଁ ଆମେରିକା ଯାଇଥିଲି । ସୁନୀତା ମୋତେ ଦେଖା କରିବାକୁ ଆସିଥିଲେ ଏବଂ ଆମେ ତିନି-ଚାରି ଦିନ ଏକାଠି ରହିଥିଲୁ । ମୁଁ ତାଙ୍କୁ ପଚାରିଥିଲି ତୁମେ କାହିଁକି ଯାଉଛ? କଣ ଯିବା ନିହାତି ଆବଶ୍ୟକ । ସେ କହିଥିଲେ କି ଦୁନିଆକୁ କିଛି ଦେବା ଲକ୍ଷ୍ୟରେ ଅଛି। ଏଥିପାଇଁ ଏହି ନିଷ୍ପତ୍ତି ନେଇଛି।ଦୀନେଶ କେବଳ ତାଙ୍କ ଭଉଣୀଙ୍କ ଫେରିବାକୁ ନେଇ ଖୁସି ବ୍ୟକ୍ତ କରିନାହାଁନ୍ତି, ବରଂ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ମୁଁ ବହୁତ ଖୁସି, କିନ୍ତୁ ତା’ଠାରୁ ଅଧିକ ଭୟଭୀତ ଅଛି। ଆମେ କେବଳ ଚାହୁଁଛୁ ଯେ ସେ

ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ, ସ୍ପେସ୍‌ରୁ ଭୂପୃଷ୍ଠ ଯାତ୍ରାକୁ ନେଇ ଚିନ୍ତାରେ ପରିବାର

ନୂଆଦିଲ୍ଲୀ ୧୮।୦୩; ଆଉ କିଛି ଘଣ୍ଟାର ଅପେକ୍ଷା । ଦୀର୍ଘ ୯ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର।  ତାଙ୍କ ଫେରିବାରେ ସାରା ବିଶ୍ୱରେ ଲୋକମାନେ ଯେତିକି ଖୁସି ତାଠାରୁ ଅଧିକ ତାଙ୍କ ପରିବାର ଲୋକେ ଉତ୍ସାହିତ ଅଛନ୍ତି। ଏହି ଖୁସି ମଧ୍ୟରେ, ତାଙ୍କ ସମ୍ପର୍କୀୟଙ୍କ ମୁହଁରେ ଡର ଓ ଚିନ୍ତା ଦେଖିବାକୁ ମିଳିଛି। ତାଙ୍କ ଭଉଣୀଙ୍କ ଫେରିବା ନେଇ ଭାଇ ଦୀନେଶ ରାୱଲ କହିଛନ୍ତି ଯେ ଯେତେବେଳେ ସେ ପୃଥିବୀ ପୃଷ୍ଠରେ ପାଦ ଦେବେ ସେତେବେଳେ ଆମେ ଦୀର୍ଘ ନିଶ୍ଵାସ ନେବୁ। ସମଗ୍ର ପରିବାର ଓ ଗାଁ ଲୋକେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦୀନେଶ ରାୱଲ କହିଛନ୍ତି ଯେ ସୁନୀତା ମୋର ଦାଦାଙ୍କ ଝିଅ। ଯେତେବେଳେ ସେ ମହାକାଶକୁ ଯିବାର ଥିଲା, ମୁଁ ସୁନୀତାକୁ ଭେଟିବା ପାଇଁ ଆମେରିକା ଯାଇଥିଲି । ସୁନୀତା ମୋତେ ଦେଖା କରିବାକୁ ଆସିଥିଲେ ଏବଂ ଆମେ ତିନି-ଚାରି ଦିନ ଏକାଠି ରହିଥିଲୁ । ମୁଁ ତାଙ୍କୁ ପଚାରିଥିଲି ତୁମେ କାହିଁକି ଯାଉଛ? କଣ ଯିବା ନିହାତି ଆବଶ୍ୟକ । ସେ କହିଥିଲେ କି ଦୁନିଆକୁ କିଛି ଦେବା ଲକ୍ଷ୍ୟରେ ଅଛି। ଏଥିପାଇଁ ଏହି ନିଷ୍ପତ୍ତି ନେଇଛି।

ଦୀନେଶ କେବଳ ତାଙ୍କ ଭଉଣୀଙ୍କ ଫେରିବାକୁ ନେଇ ଖୁସି ବ୍ୟକ୍ତ କରିନାହାଁନ୍ତି, ବରଂ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ମୁଁ ବହୁତ ଖୁସି, କିନ୍ତୁ ତା’ଠାରୁ ଅଧିକ ଭୟଭୀତ ଅଛି। ଆମେ କେବଳ ଚାହୁଁଛୁ ଯେ ସେ ପୃଥିବୀକୁ ଭଲ ସ୍ୱାସ୍ଥ୍ୟରେ ଫେରି ଆସନ୍ତୁ । 

ସୁନୀତା ଅଳ୍ପ ବୟସରୁ ସାହସୀ ଥିଲେ 

ସୁନୀତାଙ୍କ ପିଲାଦିନର ସ୍ମୃତି ଗୁଡ଼ିକୁ ମନେ ପକାଇ ଆହୁରି କହିଥିଲେ ଯେତେବେଳେ ସେ ଛୋଟ ଥିଲେ, ଭାରତକୁ ଆସିଥିଲେ। ମୁଁ ତାଙ୍କୁ ଏକ ଓଟରେ ବସାଇବାକୁ ନେଇଥିଲି। ହେଲେ ସେ ଓଟରୁ ମଧ୍ୟ ଓହ୍ଲାଇଲେ ନାହିଁ । ସେ ଅଳ୍ପ ବୟସରୁ ସାହସୀ ଥିଲେ। ଦାଦାଙ୍କ ମୃତ୍ୟୁ ପରେ ସେ ପ୍ରାୟତ ମୋ ପାଖେ ପାଖେ ରୁହନ୍ତି ଓ ଯୁଆଡେ ଗଲେ ମୋ ହାତ ଧରୁଥିଲେ। ମୁଁ ଜାଣିବାକୁ ଚାହିଁଲି ସେ କାହିଁକି ଏପରି କରନ୍ତି। କହିଥିଲେ କି ତାଙ୍କୁ ଲାଗେ ଯେମିତି ସେ ତାଙ୍କ ପିତାଙ୍କ ହାତ ଧରିଛନ୍ତି । ଆମେ ଆଜି ଯାଏଁ କେବେ ବି ଅଲଗା ହୋଇ ନାହୁଁ।