ମହାକାଶରୁ ସୁରକ୍ଷିତ ଫେରିଲେ ସୁନୀତା

ଫ୍ଲୋରିଡା : ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ଓ୍ବିଲିୟମ୍ସ। ଦୀର୍ଘ ନଅମାସ ଧରି ମହାକାଶରେ ଅବସ୍ଥାନ କରିବା ପରେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନିତା ମଙ୍ଗଳବାର ଭାରତୀୟ ସମୟ ରାତି ୩ଟା ୩୭ ମିନିଟ ସୁଦ୍ଧା ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିଛନ୍ତି । ଏକ ସପ୍ତାହ ପାଇଁ ମହାକାଶକୁ ଯାଇଥିବା ସୁନିତା ଅନିବାର୍ଯ୍ୟ କାରଣରୁ ୨୮୬ […]

ମହାକାଶରୁ ସୁରକ୍ଷିତ ଫେରିଲେ ସୁନୀତା

ଫ୍ଲୋରିଡା : ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ଓ୍ବିଲିୟମ୍ସ। ଦୀର୍ଘ ନଅମାସ ଧରି ମହାକାଶରେ ଅବସ୍ଥାନ କରିବା ପରେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନିତା ମଙ୍ଗଳବାର ଭାରତୀୟ ସମୟ ରାତି ୩ଟା ୩୭ ମିନିଟ ସୁଦ୍ଧା ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିଛନ୍ତି । ଏକ ସପ୍ତାହ ପାଇଁ ମହାକାଶକୁ ଯାଇଥିବା ସୁନିତା ଅନିବାର୍ଯ୍ୟ କାରଣରୁ ୨୮୬ ଦିନ ଅଟକି ଯାଇଥିଲେ। ଅନ୍ତରୀକ୍ଷରେ ସର୍ବାଧିକ ସମୟ ଅତିବାହିତ କରିବାରେ ସୁନିତା ହେଉଛନ୍ତିି ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ବିଶ୍ବର ତୃତୀୟ ମହିଳା। ସୁନିତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଗୁଜରାଟର ମେହସାଣା ଜିଲାସ୍ଥିତ ପୈତୃକ ଝୁଲାସାନ୍‌ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି। ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ମନ୍ଦିରରେ ମଙ୍ଗଳବାର ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଗାଁର କେତେକ ବାସିନ୍ଦା ଡୋଲା ମାତାଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଜାଳିଥିବାବେଳେ ସୁନିତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ, ସୁନିତା ଓ ୱିଲମୋର ଗତବର୍ଷ ଜୁନ ୮ରେ ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ଆଇଏସଏସ୍‌ରେ ରହିବା ପରେ ଏମାନେ ପୃଥିବୀକୁ ଫେରିବା କଥା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ସୁନିତା ଓ ୱିଲମୋରଙ୍କୁ ସାଙ୍ଗରେ ନ ଆଣି ଷ୍ଟାରଲାଇନର ପୃଥିବୀକୁ ଫେରିଆସିଥିଲା। ମାର୍ଚ୍ଚ ୧୪ରେ ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ଏହି ଡ୍ରାଗନ କ୍ୟାପସୁଲକୁ ନେଇ ଆଇଏସଏଓ୍ ସହ ସଂଯୋଗ କରିଥିଲା। ଏଥିରେ ଯାତ୍ରା କରିଥିବା ୪ ମହାକାଶଚାରୀ ଆଇଏସ୍‌ଏସ୍‌ରେ ପହଞ୍ଚିଥିବାବେଳେ ସୁନିତା ଓ ୱିଲମୋରଙ୍କୁ ନେଇ ପ୍ରତ୍ୟାବର୍ତ୍ତନ କରିଛି।