ମହାକୁମ୍ଭ ଅସମ୍ଭାଳ ଭିଡ଼: ବୁଡ଼ ପକାଇଲେ ଏକ-ତୃତୀୟାଂଶ ଭାରତୀୟ, ‘ଭୁଲ ହେଲା ସମସ୍ତ ଆକଳନ’
ପ୍ରୟାଗରାଜ,୧୦।୨: ସମସ୍ତ ଆକଳନକୁ ଭୁଲ ସାବ୍ୟସ୍ତ କରିଛି ଭାରତୀୟ ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ବିଶ୍ୱାସ। ମହାକୁମ୍ଭ ଆରମ୍ଭ ସମୟରେ ଆକଳନ କରାଯାଉଥିଲା ଯେ, ପ୍ରାୟ ୪୫ କୋଟି ଲୋକେ ତ୍ରିବେଣୀ ଘାଟରେ ବୁଡ଼ ପକାଇବାକୁ ଆସିପାରନ୍ତି। କିନ୍ତୁ ଏ ସମସ୍ତ ଆକଳନ ଭୁଲ ପ୍ରମାଣିତ ହୋଇଛି। ବର୍ତମାନ ସୁଦ୍ଧା ପ୍ରାୟ ଏକ ତୃତୀୟାଂଶ ଭାରତୀୟ ପ୍ରୟାଗରାଜରେ ବୁଡ଼ ପକାଇ ସାରିଲେଣି। ବୃଦ୍ଧି ପାଉଥିବା ଭିଡ଼କୁ ଦେଖି ମହାକୁମ୍ଭ ଆସୁଥିବା ଶ୍ରଦ୍ଧାଳୁ ଏବଂ ଖବରଦାତାମାନଙ୍କୁ ଉତ୍ତରପ୍ରଦେଶର ସରକାରଙ୍କ […] The post ମହାକୁମ୍ଭ ଅସମ୍ଭାଳ ଭିଡ଼: ବୁଡ଼ ପକାଇଲେ ଏକ-ତୃତୀୟାଂଶ ଭାରତୀୟ, ‘ଭୁଲ ହେଲା ସମସ୍ତ ଆକଳନ’ appeared first on Dharitri Odia News.
ପ୍ରୟାଗରାଜ,୧୦।୨: ସମସ୍ତ ଆକଳନକୁ ଭୁଲ ସାବ୍ୟସ୍ତ କରିଛି ଭାରତୀୟ ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ବିଶ୍ୱାସ। ମହାକୁମ୍ଭ ଆରମ୍ଭ ସମୟରେ ଆକଳନ କରାଯାଉଥିଲା ଯେ, ପ୍ରାୟ ୪୫ କୋଟି ଲୋକେ ତ୍ରିବେଣୀ ଘାଟରେ ବୁଡ଼ ପକାଇବାକୁ ଆସିପାରନ୍ତି। କିନ୍ତୁ ଏ ସମସ୍ତ ଆକଳନ ଭୁଲ ପ୍ରମାଣିତ ହୋଇଛି। ବର୍ତମାନ ସୁଦ୍ଧା ପ୍ରାୟ ଏକ ତୃତୀୟାଂଶ ଭାରତୀୟ ପ୍ରୟାଗରାଜରେ ବୁଡ଼ ପକାଇ ସାରିଲେଣି।
ବୃଦ୍ଧି ପାଉଥିବା ଭିଡ଼କୁ ଦେଖି ମହାକୁମ୍ଭ ଆସୁଥିବା ଶ୍ରଦ୍ଧାଳୁ ଏବଂ ଖବରଦାତାମାନଙ୍କୁ ଉତ୍ତରପ୍ରଦେଶର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୁରୋଧ କରିଛନ୍ତି ଯେ, ସେମାନେ ସେମାନଙ୍କର ଯାତ୍ରା ଦୁଇରୁ ତିନି ଦିନ ବିଳମ୍ବରେ ଆରମ୍ଭ କରନ୍ତୁ।
ଏଭଳି ଅନୁରୋଧ ଏପରି ସମୟରେ ଆସିଛି ଯେତେବେଳେ କି ପ୍ରୟାଗରାଜରେ ଭକ୍ତମାନଙ୍କ ଅହେତୁକ ଭିଡ଼ ବଢ଼ିବାରେ ଲାଗିଛି। ମହାକୁମ୍ଭ ଆରମ୍ଭ ହେବା ଦିନରୁ ଫେବୃଆରୀ ୧୦ ତାରିଖ ସୁଦ୍ଧା ପ୍ରାୟ ୪୩.୫୭ କୋଟି ଲୋକେ ମହାକୁମ୍ଭରେ ବୁଡ଼ ପକାଇସାରିଲେଣି। ଅର୍ଥାତ ଭାରତର ଏକ ତୃତୀୟାଂଶ ଲୋକେ ମହାକୁମ୍ଭ ରେ ବୁଡ଼ ପକାଇସାରିଲେଣି।
ସମ୍ପ୍ରତି ଭକ୍ତଙ୍କ ଦ୍ରୁତ ବୃଦ୍ଧିରେ ମୌନି ଅମାବାସ୍ୟା (ଜାନୁୟାରୀ ୨୯) ରେ ୩୦ ଜଣ ପ୍ରାଣ ହରାଇଥିବା ଦୁଖଦ ଘଟଣା ପରେ ଆଶା କରାଯାଉଥିବା ସଂଖ୍ୟାଠାରୁ କମ୍ ରହିଛି। ୧୦ କୋଟିର ଆଶା କରାଯାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭.୫ କୋଟିକୁ ହ୍ରାସ ପାଇଥିଲା ଏବଂ ବସନ୍ତ ପଞ୍ଚାମିରେ ଆଶା କରାଯାଉଥିବା ୪ କୋଟି ବଦଳରେ ମାତ୍ର ୨.୫ କୋଟି ଭକ୍ତ ପହଞ୍ଚିଥିଲେ। ତେବେ ଧାର୍ମିକ ପର୍ବ ପାଇଁ ଲକ୍ଷ ଲକ୍ଷ ଲୋକ ସହରକୁ ଭିଡ଼ ଜମାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ପୁଣି ବଦଳି ଯାଇଛି।
The post ମହାକୁମ୍ଭ ଅସମ୍ଭାଳ ଭିଡ଼: ବୁଡ଼ ପକାଇଲେ ଏକ-ତୃତୀୟାଂଶ ଭାରତୀୟ, ‘ଭୁଲ ହେଲା ସମସ୍ତ ଆକଳନ’ appeared first on Dharitri Odia News.