‘ମହାକୁମ୍ଭ’ ପାଇଁ ରାଜକୋଷ ଖୋଲିଲେ କେନ୍ଦ୍ର ସରକାର, ୟୁପିକୁ ଦେଲେ ୧୦୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଭବ୍ୟ ପ୍ରସ୍ତୁତି ଚାଲିଛି । ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଥିବା ସବୁଠୁ ବଡ଼ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମାଗମ ମହାକୁମ୍ଭ-୨୦୨୫ ପାଇଁ କେନ୍ଦ୍ର ସରକାର ରାଜକୋଷ ଖୋଲିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ରାଶି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୨୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ସହାୟତା ରାଶିକୁ ସ୍ୱୀକୃତି ଦେଇଛନ୍ତି । ଏହି ରାଶିର ପ୍ରଥମ କିସ୍ତି ଭାବେ ୧୦୫୦ କୋଟି ଟଙ୍କା ପଠାଯାଇଛି ।ଉତ୍ତର ପ୍ରଦେଶର ଯୋଗୀ ସରକାର ପୂର୍ବରୁ ୫୪୩୫.୬୮ କୋଟି ଟଙ୍କା ମହାକୁମ୍ଭ ଆୟୋଜନରେ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଦ୍ୱାରା ମହାକୁମ୍ଭ ପାଇଁ ୪୨୦ ପରିଯୋଜନା ଉପରେ ଏହି ଅର୍ଥରାଶି ଖର୍ଚ୍ଚ କରାଯିବ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୩୪୬୧.୯୯ କୋଟି ଟଙ୍କା ସ୍ୱୀକୃତି ଦେଇସାରିଛନ୍ତି । ଏହା ବ୍ୟତୀତ ଲୋକ ନିର୍ମାଣ ବିଭାଗ, ଗୃହ ଏବଂ ନଗର ଉନ୍ନୟନ ବିଭାଗ, ସେତୁ ନିଗମ, ପର୍ଯ୍ୟଟନ ବିଭାଗ, ଜନସେଚନ ପାଇଁ ପ୍ରୟାଗରାଜ ନଗର ନିଗମ ଦ୍ୱାରା ୧୬୩୬ କୋଟି ଟଙ୍କାର ୧୨୫ ପରିଯୋଜନାକୁ କ୍ରିୟାନ୍ୱୟ କରାଯାଇଛି ।  ମହାକୁମ୍ଭ ୨୦୨୫ ଲାଗି ଡିଜିଟାଲ୍ କୁମ୍ଭ ମ୍ୟୁଜିଅମ୍ ନିର୍ମାଣ ଏବଂ ପର୍ଯ୍ୟଟନ ରୁଟ୍ ସର୍କିଟ୍ (ପ୍ରୟାଗରାଜ-ଅଯୋଧ୍ୟା-ବାରାଣସୀ-ବିନ୍ଧ୍ୟାଚଳ-ଚିତ୍ରକୁଟ) ନିର୍ମାଣ କରାଯାଉଛି । ମହାକୁମ୍ଭ ୨୦୨୫

‘ମହାକୁମ୍ଭ’ ପାଇଁ ରାଜକୋଷ ଖୋଲିଲେ କେନ୍ଦ୍ର ସରକାର, ୟୁପିକୁ ଦେଲେ ୧୦୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଭବ୍ୟ ପ୍ରସ୍ତୁତି ଚାଲିଛି । ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଥିବା ସବୁଠୁ ବଡ଼ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମାଗମ ମହାକୁମ୍ଭ-୨୦୨୫ ପାଇଁ କେନ୍ଦ୍ର ସରକାର ରାଜକୋଷ ଖୋଲିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ରାଶି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୨୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ସହାୟତା ରାଶିକୁ ସ୍ୱୀକୃତି ଦେଇଛନ୍ତି । ଏହି ରାଶିର ପ୍ରଥମ କିସ୍ତି ଭାବେ ୧୦୫୦ କୋଟି ଟଙ୍କା ପଠାଯାଇଛି ।

ଉତ୍ତର ପ୍ରଦେଶର ଯୋଗୀ ସରକାର ପୂର୍ବରୁ ୫୪୩୫.୬୮ କୋଟି ଟଙ୍କା ମହାକୁମ୍ଭ ଆୟୋଜନରେ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଦ୍ୱାରା ମହାକୁମ୍ଭ ପାଇଁ ୪୨୦ ପରିଯୋଜନା ଉପରେ ଏହି ଅର୍ଥରାଶି ଖର୍ଚ୍ଚ କରାଯିବ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୩୪୬୧.୯୯ କୋଟି ଟଙ୍କା ସ୍ୱୀକୃତି ଦେଇସାରିଛନ୍ତି । ଏହା ବ୍ୟତୀତ ଲୋକ ନିର୍ମାଣ ବିଭାଗ, ଗୃହ ଏବଂ ନଗର ଉନ୍ନୟନ ବିଭାଗ, ସେତୁ ନିଗମ, ପର୍ଯ୍ୟଟନ ବିଭାଗ, ଜନସେଚନ ପାଇଁ ପ୍ରୟାଗରାଜ ନଗର ନିଗମ ଦ୍ୱାରା ୧୬୩୬ କୋଟି ଟଙ୍କାର ୧୨୫ ପରିଯୋଜନାକୁ କ୍ରିୟାନ୍ୱୟ କରାଯାଇଛି ।  

ମହାକୁମ୍ଭ ୨୦୨୫ ଲାଗି ଡିଜିଟାଲ୍ କୁମ୍ଭ ମ୍ୟୁଜିଅମ୍ ନିର୍ମାଣ ଏବଂ ପର୍ଯ୍ୟଟନ ରୁଟ୍ ସର୍କିଟ୍ (ପ୍ରୟାଗରାଜ-ଅଯୋଧ୍ୟା-ବାରାଣସୀ-ବିନ୍ଧ୍ୟାଚଳ-ଚିତ୍ରକୁଟ) ନିର୍ମାଣ କରାଯାଉଛି । ମହାକୁମ୍ଭ ୨୦୨୫ ଲାଗି ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦର୍ଶନାର୍ଥୀଙ୍କ ଆଗମନ ଏବଂ ପୂଣ୍ୟ ସ୍ନାନ ପାଇଁ ବ୍ୟବସ୍ଥା କରାଯାଉଛି । ମହାକୁମ୍ଭ ୨୦୨୫କୁ ଦିବ୍ୟ ମହାକୁମ୍ଭ, ସୁରକ୍ଷିତ ମହାକୁମ୍ଭ, ସୁଗମ ମହାକୁମ୍ଭ, ଡିଜିଟାଲ୍ ମହାକୁମ୍ଭ, ଗ୍ରୀନ୍ ମହାକୁମ୍ଭ ରୂପେ ବିକଶିତ କରାଯାଉଛି ।