ମହାକୁମ୍ଭ ମେଳାରେ ଦଳାଚକଟା: ୩୦ ମୃତ, ୬୦ରୁ ଅଧିକ ଆହତ
ପ୍ରୟାଗରାଜ/ନୂଆଦିଲ୍ଲୀ,୨୯ା୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ ଘଟିଛି। ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ ଅନେକ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଅନେକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ସଙ୍ଗମ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି, କିନ୍ତୁ ମହାକୁମ୍ଭରେ ସ୍ନାନ କରିବା ପାଇଁ ସେଠାରେ […] The post ମହାକୁମ୍ଭ ମେଳାରେ ଦଳାଚକଟା: ୩୦ ମୃତ, ୬୦ରୁ ଅଧିକ ଆହତ appeared first on Dharitri Odia News.
ପ୍ରୟାଗରାଜ/ନୂଆଦିଲ୍ଲୀ,୨୯ା୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ ଘଟିଛି। ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ ଅନେକ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ହୋଇଛି। ଏଥିରେ ଅନେକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି।
ତେବେ ବର୍ତ୍ତମାନ ସଙ୍ଗମ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି, କିନ୍ତୁ ମହାକୁମ୍ଭରେ ସ୍ନାନ କରିବା ପାଇଁ ସେଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏପର୍ଯ୍ୟନ୍ତ ପ୍ରାୟ ୨୦ କୋଟି ଲୋକ ଗଙ୍ଗାରେ ବୁଡ଼ ପକାଇ ସାରିଛନ୍ତି। ଆଜି ଅର୍ଥାତ୍ ବୁଧବାର ମୌନୀ ଅମାବାସ୍ୟାରେ ୧୦ କୋଟିରୁ ଅଧିକ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଜାନୁଆରୀ ୧୯ରେ ମହାକୁମ୍ଭ ମେଳାର ସେକ୍ଟର ୧୯ରେ ନିଅଁା ଲାଗି ୧୮ଟି ଟେଣ୍ଟ ଜଳିଯାଇଥିବାବେଳେ ସଦ୍ୟ ଅଭାବନୀୟ ଦଳାଚକଟା ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭିଆଇପି ସଂସ୍କୃତି ଯୋଗୁ ଏପରି ଘଟିଥିବା ଦର୍ଶାଇ କେନ୍ଦ୍ର ଏବଂ ୟୁପିର ଭାଜପା ସରକାରଙ୍କୁ ଘେରିଛନ୍ତି।
The post ମହାକୁମ୍ଭ ମେଳାରେ ଦଳାଚକଟା: ୩୦ ମୃତ, ୬୦ରୁ ଅଧିକ ଆହତ appeared first on Dharitri Odia News.