ମହାକୁମ୍ଭରୁ ଫେରୁଥିବା ବେଳେ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଗାଜିପୁର: ମହାକୁମ୍ଭରୁ ଫେରୁଥିବା ଯାତ୍ରୀବାହୀ ଗାଡ଼ି ଉପରେ ଭାରାସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍। ଘଟଣାରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିପୁର ଠାରେ ଏଭଳି ଘଟଣା ଘଟିଥିବା ଜଣେ ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ନନ୍ଦଗଞ୍ଜ ଥାନା ନିକଟସ୍ଥ କୁସମୀ କଳା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ ପିକ୍ଅପ ଭ୍ୟାନ୍ରେ ପାଖାପାଖି ୨୬ ଯାତ୍ରୀ ଫେରୁଥିବା ବେଳେ ଟ୍ରକ୍ ଭାରାସାମ୍ୟ ହରାଇ ଗାଡିକୁ ଧକ୍କା ଦେଇଥିଲା। ଗାଡିରେ ବସିଥିବା ସମସ୍ତ ଭକ୍ତ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେମାନେ କୁମ୍ଭରେ ଯୋଗ ଦେଇ ଏକ ପିକଅପ ଭ୍ୟାନ୍ରେ ଘରକୁ ଫେରୁଥିଲେ।ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଗାଜିପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପଢନ୍ତୁ- ବାରାଣସୀରେ ବୁଡିଲା ଡଙ୍ଗା, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାରଚଳିତ ବର୍ଷ ମହାକୁମ୍ଭ ମେଳାରେ ଦୁର୍ଘଟଣା ଧାରାବାହିକ ଭାବରେ ଘଟି ଚାଲିଛି। ପ୍ରଥମେ ଗ୍ୟାସ୍ ଟାଙ୍କି ଫାଟି ଗୀତା ପ୍ରେସର ୧୦୦ ଟେଣ୍ଟ ଜଳି ଯାଇଥିଲା। ଏହାପରେ ୨୯ ତାରିଖରେ ହୋଇଥ
ଗାଜିପୁର: ମହାକୁମ୍ଭରୁ ଫେରୁଥିବା ଯାତ୍ରୀବାହୀ ଗାଡ଼ି ଉପରେ ଭାରାସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍। ଘଟଣାରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିପୁର ଠାରେ ଏଭଳି ଘଟଣା ଘଟିଥିବା ଜଣେ ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ନନ୍ଦଗଞ୍ଜ ଥାନା ନିକଟସ୍ଥ କୁସମୀ କଳା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ ପିକ୍ଅପ ଭ୍ୟାନ୍ରେ ପାଖାପାଖି ୨୬ ଯାତ୍ରୀ ଫେରୁଥିବା ବେଳେ ଟ୍ରକ୍ ଭାରାସାମ୍ୟ ହରାଇ ଗାଡିକୁ ଧକ୍କା ଦେଇଥିଲା। ଗାଡିରେ ବସିଥିବା ସମସ୍ତ ଭକ୍ତ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେମାନେ କୁମ୍ଭରେ ଯୋଗ ଦେଇ ଏକ ପିକଅପ ଭ୍ୟାନ୍ରେ ଘରକୁ ଫେରୁଥିଲେ।
ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଗାଜିପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।
ପଢନ୍ତୁ- ବାରାଣସୀରେ ବୁଡିଲା ଡଙ୍ଗା, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
ଚଳିତ ବର୍ଷ ମହାକୁମ୍ଭ ମେଳାରେ ଦୁର୍ଘଟଣା ଧାରାବାହିକ ଭାବରେ ଘଟି ଚାଲିଛି। ପ୍ରଥମେ ଗ୍ୟାସ୍ ଟାଙ୍କି ଫାଟି ଗୀତା ପ୍ରେସର ୧୦୦ ଟେଣ୍ଟ ଜଳି ଯାଇଥିଲା। ଏହାପରେ ୨୯ ତାରିଖରେ ହୋଇଥିବା ଦଳାଚକଟା ଘଟଣା ୩୦ ଲୋକଙ୍କ ଜୀବନ ନେଇ ଯାଇଥିଲା। ଏଥିରେ ୬୦ରୁ ଅଧିକ ଆହତ ହୋଇଥିଲେ। ଆଉ ଏବେ ପୁଣି କୁମ୍ଭମେଳାରୁ ଫେରୁଥିବା ଭକ୍ତଙ୍କ ଉପରେ ଟ୍ରକ୍ ମାଡ଼ି ଯିବା ଘଟଣା ସାମ୍ନାକୁ ଆସିଛି।
ପଢନ୍ତୁ- କିନ୍ନର ଆଖଡ଼ାର ବଡ ଆକ୍ସନ, ମହାମଣ୍ଡଳେଶ୍ୱର ପଦବୀରୁ ବିଦା ହେଲେ ମମତା କୁଲକର୍ଣ୍ଣି ଏବଂ ଲକ୍ଷ୍ମୀ ନାରାୟଣ