ମହାକୁମ୍ଭରେ ପୁଣି ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସ୍ୱାହା

ପ୍ରୟାଗରାଜ ୯।୨: ମହାକୁମ୍ଭରେ ଆଜି ୯ଫେବୃଆରୀ ରବିବାର ପୁଣି ଅଗ୍ନିକାଣ୍ଡ ହୋଇଛି। କୁମ୍ଭ କ୍ଷେତ୍ରର ସେକ୍ଟର ୨୩ସ୍ଥିତ ଅରୈଲ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ରେଷ୍ଟୁରାଣ୍ଟରେ ନିଆଁଲାଗିଥିବାର ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ଫଳରେ ବ୍ୟବସାୟ ପ୍ରତିଷ୍ଠାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡ ଯୋଗୁ କେହି ହତାହତ ହୋଇଥିବାର ସୂଚନା ନାହିଁ। ନିଆଁ ଲାଗିବା ପରେ ରେଷ୍ଟୁରାଣ୍ଟରେ ଥିବା ସମସ୍ତ ଗ୍ରାହକ ଓ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମହାକୁମ୍ଭରେ ନିଆଁ ଲାଗିଥିବାର ସୂଚନା ମିଳିବାମାତ୍ରେ ଅଗ୍ନିସମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଫଳରେ କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସୂଚନା ଅନୁସାରେ ସେକ୍ଟର ୨୩ର ପଛ ରୋଡରେ ନିଆଁଲାଗିଥିଲା। ଏହା ସମ୍ପୂର୍ଣ୍ଣ ମେଳାକ୍ଷେତ୍ର ଥିଲା। ଏଠାରେ ଥିବା ମହାରାଜ ଭୋଗ ପ୍ରସାଦମ ନିକଟ ଟି ଷ୍ଟଲରେ ନିଆଁ ଲାଗିଥିଲା। ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇ ନିଆଁକୁ ଲିଭାଇ ଦିଆଯାଇଥିଲା। ଏହା ପୂର୍ବରୁ ମହାକୁମ୍ଭ ସେକ୍ଟର ୧୯ର ବଟ ମାଧବ ମାର୍ଗ କଳ୍ପବାସୀଙ୍କ ଟେଣ୍ଟରେ ନିଆଁ ଲାଗିଥିଲା। ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିଥିବା ଦମକଳ ବିଭାଗ ଏହି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଓମ ପ୍ରକାଶ ପାଣ୍ଡେୟ ସେବା ସଂସ୍ଥାନ ଓ ରାଜେନ୍

ମହାକୁମ୍ଭରେ ପୁଣି ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସ୍ୱାହା

ପ୍ରୟାଗରାଜ ୯।୨: ମହାକୁମ୍ଭରେ ଆଜି ୯ଫେବୃଆରୀ ରବିବାର ପୁଣି ଅଗ୍ନିକାଣ୍ଡ ହୋଇଛି। କୁମ୍ଭ କ୍ଷେତ୍ରର ସେକ୍ଟର ୨୩ସ୍ଥିତ ଅରୈଲ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ରେଷ୍ଟୁରାଣ୍ଟରେ ନିଆଁଲାଗିଥିବାର ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ଫଳରେ ବ୍ୟବସାୟ ପ୍ରତିଷ୍ଠାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡ ଯୋଗୁ କେହି ହତାହତ ହୋଇଥିବାର ସୂଚନା ନାହିଁ। ନିଆଁ ଲାଗିବା ପରେ ରେଷ୍ଟୁରାଣ୍ଟରେ ଥିବା ସମସ୍ତ ଗ୍ରାହକ ଓ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

ମହାକୁମ୍ଭରେ ନିଆଁ ଲାଗିଥିବାର ସୂଚନା ମିଳିବାମାତ୍ରେ ଅଗ୍ନିସମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଫଳରେ କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ସୂଚନା ଅନୁସାରେ ସେକ୍ଟର ୨୩ର ପଛ ରୋଡରେ ନିଆଁଲାଗିଥିଲା। ଏହା ସମ୍ପୂର୍ଣ୍ଣ ମେଳାକ୍ଷେତ୍ର ଥିଲା। ଏଠାରେ ଥିବା ମହାରାଜ ଭୋଗ ପ୍ରସାଦମ ନିକଟ ଟି ଷ୍ଟଲରେ ନିଆଁ ଲାଗିଥିଲା। ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇ ନିଆଁକୁ ଲିଭାଇ ଦିଆଯାଇଥିଲା। 

ଏହା ପୂର୍ବରୁ ମହାକୁମ୍ଭ ସେକ୍ଟର ୧୯ର ବଟ ମାଧବ ମାର୍ଗ କଳ୍ପବାସୀଙ୍କ ଟେଣ୍ଟରେ ନିଆଁ ଲାଗିଥିଲା। ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିଥିବା ଦମକଳ ବିଭାଗ ଏହି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଓମ ପ୍ରକାଶ ପାଣ୍ଡେୟ ସେବା ସଂସ୍ଥାନ ଓ ରାଜେନ୍ଦ୍ର ଜୟସ୍ୱାଲଙ୍କ ଟେଣ୍ଟ ଜଳି ଯାଇଥିଲା। ସିଏଫଓ ମହାକୁମ୍ଭଙ୍କ ଅନୁସାରେ ଏଲପିଜି ସିଲିଣ୍ଡର ଲିକ୍ ଯୋଗୁ ଟେଣ୍ଟରେ ନିଆଁ ଲାଗିଥିଲା। ତେବେ ଏହି ଅଗ୍ନିକାଣ୍ଡ ଘଟଣାରେ ଧନଜୀବନ ହାନୀର କୌଣସି ସୂଚନା ନାହିଁ ବୋଲି ସିଏଫଓ କହିଛନ୍ତି।