ମହାକୁମ୍ଭରେ ଯୋଗ ଦେବାକୁ ପହଞ୍ଚିଲେ ଷ୍ଟିଭ ଜବ୍‌ସ୍‌ଙ୍କ ପତ୍ନୀ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ।

କନକ ବ୍ୟୁରୋ: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ବିଧବା ପତ୍ନୀ ଲରେନ୍ ପାୱେଲ୍ ଜବସ୍ ଉର୍‌ଫ 'କମଲା' ମହା କୁମ୍ଭମେଳାରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାଗରାଜରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚିବା ପରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଲରେନ୍ ଶନିବାର ରାତିରେ ଏକ ୪୦  ଜଣିଆ ଦଳ ସହିତ ସେଠାରେ ଆଧ୍ୟାତ୍ମିକ ଶିବିରରେ ପହଞ୍ଚିଥିଲେ । ଗେରୁଆ ରଙ୍ଗର ଏକ ସାଲୱାର ସୁଟ୍ ପିନ୍ଧି ତାଙ୍କ ହାତରେ ରକ୍ଷାସୂତ୍ର ଏବଂ ବେକରେ ରୁଦ୍ରାକ୍ଷ ମାଳା ପକାଇ କମଳା ନଜର ଆସିଥିଲେ । ଲରେନ୍ ପାୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ ‘କମଳା’ ନାମ ପ୍ରଦାନ କରିଥିଲେ କୈଳାଶନନ୍ଦ ଗିରି । ଜାନୁଆରି ୨୦ ତାରିଖରେ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ୧୫ ପର୍ୟ୍ୟନ୍ତ ଏଠାରେ ରହି ତା’ପରେ ଆମେରିକା ଚାଲିଯିବେ ।