ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ

ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍‌ ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଲୌରେନ୍‌ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ବିଶ୍ରାମ ନେଇଛନ୍ତି। ଲୌରେନ୍‌ ପୂର୍ବରୁ କେବେ ଏତେ ଗହଳି ଦେଖି ନ ଥିଲେ। ପୂଜା ସମୟରେ ସେ ଉପସ୍ଥିତ ରହିଥିଲେ ବୋଲି କୈଳାସାନନ୍ଦଜୀ କହିଛନ୍ତି। The post ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ appeared first on Dharitri Odia News.

ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ

ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍‌ ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଲୌରେନ୍‌ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ବିଶ୍ରାମ ନେଇଛନ୍ତି। ଲୌରେନ୍‌ ପୂର୍ବରୁ କେବେ ଏତେ ଗହଳି ଦେଖି ନ ଥିଲେ। ପୂଜା ସମୟରେ ସେ ଉପସ୍ଥିତ ରହିଥିଲେ ବୋଲି କୈଳାସାନନ୍ଦଜୀ କହିଛନ୍ତି।

The post ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ appeared first on Dharitri Odia News.