ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଓ କଂଗ୍ରେସର ସତ୍ୟଶିବ ଦାସ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଭାଜପା ପ୍ରାର୍ଥୀ ମଙ୍ଗଳବାର ସକାଳ ୭ଟାରେ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ନିଜ ସମର୍ଥକଙ୍କ ସହିତ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଶିବଙ୍କ […] The post ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ appeared first on Dharitri Odia News.

ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

ପୂର୍ବରୁ ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଓ କଂଗ୍ରେସର ସତ୍ୟଶିବ ଦାସ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଭାଜପା ପ୍ରାର୍ଥୀ ମଙ୍ଗଳବାର ସକାଳ ୭ଟାରେ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ନିଜ ସମର୍ଥକଙ୍କ ସହିତ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଶିବଙ୍କ ଆଶିଷ କରୁଣା ନିମନ୍ତେ ଆରାଧନା କରି ଜୟଯାତ୍ରା ଶୁଭାରମ୍ଭ କରିଛନ୍ତି।

ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଚନ୍ଦନେଶ୍ୱର ମନ୍ଦିର ବାହାରେ ଢାକ, ଢୋଲ ବାଦ୍ୟ ବଜାଇବା ସହିତ ସମର୍ଥକଙ୍କ ଜୟ ଶ୍ରୀରାମ ନାରାରେ ସ୍ବାଗତ କରିଥିଲେ। ସେଠାରୁ ବିଶାଳ ଶୋଭାଯାତ୍ରାରେ ବାଲେଶ୍ୱର ଅଭିମୁଖେ ଯିବା ବେଳେ ନଗୁଆଁ, ଜଳସୋହରିଆ, ଚୌକି, ମଟେଇବାଡ଼, ଥାନାଛକ, ଦାରୁହା, ବାଉଁଶଡିହା, ବାରମାଇଲ, କମର୍ଦ୍ଦା ଓ ନହରା ଛକଗୁଡିକରେ ସମର୍ଥକ ଓ ଶୁଭେଚ୍ଛୁମାନେ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଭାଜପାର ବରିଷ୍ଠ ଓ ବଳିଷ୍ଠ ନେତା ସୁନୀଲ କୁମାର କର, ସଞ୍ଜୀବ କୁମାର ସାହୁ, ରାଧାକାନ୍ତ ପ୍ରଧାନ, ଅମଳେନ୍ଦୁ ଦାସ, ଭବଶଙ୍କର ମହାନ୍ତି, କ୍ୟାପଟେନ ଅଶୋକ କୁମାର ଦାସ, ଗୋପାଳ ଚନ୍ଦ୍ର ପଣ୍ଡା, ଦିଲୀପ କାମିଳା, ନୀଳକଣ୍ଠ ଘୋଷ, ଶକ୍ତିପଦ ପାଣ୍ଡେ, ରବୀନ୍ଦ୍ର ଜେନା, ସୁଭାଷ ଚାନ୍ଦ, ଭାଗୀରଥ ପୁଷ୍ଟି, ସନ୍ତୋଷ ଗିରିଙ୍କସହିତ ୬ ମଣ୍ଡଳ ସଭାପତି, ୫୦ ପଞ୍ଚାୟତର ଛାମୁଆ ନେତାମାନେ ପ୍ରାର୍ଥୀଙ୍କ ନାମାଙ୍କନରେ ସାମିଲ ଥିଲେ।

The post ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ appeared first on Dharitri Odia News.