ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ
ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି ଭାଜପା ଉପରେ ଖୁବ ବର୍ଷିଛନ୍ତି। ଓଡ଼ିଶା ବିରୋଧରେ କିପରି ଛତିଶଗଡ଼ ଓ କେନ୍ଦ୍ର ସରକାର ଏକ ହୋଇଥିଲେ, ଟ୍ରିବ୍ୟୁନାଲ ଗଠନ କରାଇ ନଦେବାକୁ କିପରି କେନ୍ଦ୍ରମନ୍ତ୍ରୀ ଲାଗିଥିଲେ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଭିକେ ପାଣ୍ଡଆନ। ସେ କହିଛନ୍ତି ଓଡ଼ିଶାର ଜୀବନରେଖା ସହିତ ଭାଜପା ରାଜନୀତି କରିଛି। କିପରି ଭାବେ […] The post ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ appeared first on Dharitri Odia News.
ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି ଭାଜପା ଉପରେ ଖୁବ ବର୍ଷିଛନ୍ତି। ଓଡ଼ିଶା ବିରୋଧରେ କିପରି ଛତିଶଗଡ଼ ଓ କେନ୍ଦ୍ର ସରକାର ଏକ ହୋଇଥିଲେ, ଟ୍ରିବ୍ୟୁନାଲ ଗଠନ କରାଇ ନଦେବାକୁ କିପରି କେନ୍ଦ୍ରମନ୍ତ୍ରୀ ଲାଗିଥିଲେ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଭିକେ ପାଣ୍ଡଆନ।
ସେ କହିଛନ୍ତି ଓଡ଼ିଶାର ଜୀବନରେଖା ସହିତ ଭାଜପା ରାଜନୀତି କରିଛି। କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ଭାଜପାର ସରକାର ଷଡ଼ଯନ୍ତ୍ର କରିଥିଲେ ।
ଏହି ଭିଡିଓରେ ସେ କିଛି ତଥ୍ଯ ପ୍ରମାଣ ମଧ୍ୟ ଦେଖାଇଛନ୍ତି। ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେତକରିଛନ୍ତି। କିନ୍ତୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡ଼ିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା । ତେଣୁ ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଡ଼ିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି ।
The post ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ appeared first on Dharitri Odia News.