ମହାନଦୀକୁ ଡେଇଁ ପଡ଼ିଲେ ମହିଳା

ଆଜି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜକୁ ଆସିଥିଲେ କାମିନୀ ସ୍ୱାଇଁ। ସେଠାରେ କିଛି ସମୟ ଠିଆ ହେବା ପରେ ବ୍ରିଜ୍‌ ଉପରେ ଭ୍ୟାନିଟ୍‌ ବ୍ୟାଗ୍‌, ମୋବାଇଲ, ଚପଲ ଓ ଆଧାରକର୍ଡ଼ ରଖି ଭରା ମହାନଦୀକୁ ଡେଇଁ ପଡ଼ିଲେ। 

ମହାନଦୀକୁ ଡେଇଁ ପଡ଼ିଲେ ମହିଳା

ମହାନଦୀକୁ ଡେଇଁ ପଡ଼ିଲେ ମହିଳା। ଆଉ ତାଙ୍କୁ ସଙ୍ଗେସଙ୍ଗେ ଭରା ନଦୀରୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତିକରିଥିଲେ ମତ୍ସ୍ୟଜୀବୀ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ହେଲେ କାମିନୀ ସ୍ୱାଇଁ। ତାଙ୍କ ଘର କଟକ ଅରିଲୋରେ।

ଆଜି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜକୁ ଆସିଥିଲେ କାମିନୀ ସ୍ୱାଇଁ। ସେଠାରେ କିଛି ସମୟ ଠିଆ ହେବା ପରେ ବ୍ରିଜ୍‌ ଉପରେ ଭ୍ୟାନିଟ୍‌ ବ୍ୟାଗ୍‌, ମୋବାଇଲ, ଚପଲ ଓ ଆଧାରକର୍ଡ଼ ରଖି ଭରା ମହାନଦୀକୁ ଡେଇଁ ପଡ଼ିଲେ। ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏସ୍‌ସିବିର ନନଟ୍ରମା କାଜୁଆଲ୍‌ଟିରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସେପଟେ ଦେଖିବାକୁ ଗଲେ କାମିନୀଙ୍କୁ ମିଶାଇ ୪ ଜଣ ଆତ୍ମହତ୍ୟା କଲେଣି। ଗତ ବୁଧବାର ସକାଳେ କଟକ ଓଡ଼ିଆ ବଜାରର ଶିକ୍ଷୟିତ୍ରୀ ମମତା ସାହୁ ବ୍ରିଜ୍‌ ଉପରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନି। ସେହିଦିନ ଭୁବନେଶ୍ୱରର ବ୍ୟବସାୟୀ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। କୁହାଯାଉଛି ଅନ୍‌ଲାଇନ୍‌ ଗେମ୍‌ରେ ହାରି ଋଣଗ୍ରସ୍ତ ହୋଇଯାଇଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ। ତାଙ୍କର ମୃତଦେହ ଆଜି ପର୍ଯ୍ୟନ୍ତ ମିଳିନି। ଶୁକ୍ରବାର ରାତିରେ ଖାନ୍‌ନଗର ଅଞ୍ଚଳର ମନୋଜ ବେହେରା ମଧ୍ୟ କାଠଯୋଡି ନଦୀକୁ ଡେଇଁଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ତାଙ୍କର ପତ୍ତା ମିଳିନି।