ମହାନଦୀକୁ ବୁଲି ଆସିବା କାଳ ହେଲା ହୀରାକୁଦ ଜଳଭଣ୍ଡାର ସ୍ଥିତ କେଉଁଟି ବନ୍ଧରେ ବୁଡ଼ି ଜଣେ ଯୁବକଙ୍କ ସଲିଲ ସମାଧି

ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରୁପଡ଼ା ଗାଁ ନିକଟସ୍ଥ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଥିବା ଏକ ବନ୍ଧ ପାଣିରେ ବୁଡିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜାଞ୍ଜିର ଚାଁପା ଜିଲ୍ଲା ଡଭୋର ଥାନା ଅନ୍ତର୍ଗତ ଫରସୁଆଁନି ଗ୍ରାମର ଗୀତିଶ କର୍ସ (୩୦) ବୋଲି ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ପୁଲିସର ତଥ୍ୟ ଅନୁଯାୟୀ […] The post ମହାନଦୀକୁ ବୁଲି ଆସିବା କାଳ ହେଲା ହୀରାକୁଦ ଜଳଭଣ୍ଡାର ସ୍ଥିତ କେଉଁଟି ବନ୍ଧରେ ବୁଡ଼ି ଜଣେ ଯୁବକଙ୍କ ସଲିଲ ସମାଧି appeared first on Odisha.News.

ମହାନଦୀକୁ ବୁଲି ଆସିବା କାଳ ହେଲା    ହୀରାକୁଦ ଜଳଭଣ୍ଡାର ସ୍ଥିତ କେଉଁଟି ବନ୍ଧରେ ବୁଡ଼ି ଜଣେ ଯୁବକଙ୍କ ସଲିଲ ସମାଧି

ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରୁପଡ଼ା ଗାଁ ନିକଟସ୍ଥ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଥିବା ଏକ ବନ୍ଧ ପାଣିରେ ବୁଡିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜାଞ୍ଜିର ଚାଁପା ଜିଲ୍ଲା ଡଭୋର ଥାନା ଅନ୍ତର୍ଗତ ଫରସୁଆଁନି ଗ୍ରାମର ଗୀତିଶ କର୍ସ (୩୦) ବୋଲି ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ ଶନିବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଗୀତିଶ ତାଙ୍କ ଜଣେ ସାଙ୍ଗ ସହ ଝାରୁପଡ଼ା ଗାଁ ନିକଟସ୍ଥ ହୀରାକୁଦ ଜଳଭଣ୍ଡାରକୁ ବୁଲିବା ପାଇଁ ଆସିଥିଲେ ଏବଂ ଉଭୟ ସାଙ୍ଗ ଜଳଭଣ୍ଡାର ଭିତରେ ରହିଥିବା କେଉଁଟି ବନ୍ଧରେ ଗାଧୋଇବା ବେଳେ ଗୀତିଶ ପହଁରା ଜାଣି ନ ଥିବା ଯୋଗୁଁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । କିନ୍ତୁ ତାଙ୍କ ସହିତ ଥିବା ସାଙ୍ଗ ଜଣକ ଉଦ୍ଧାର କରିବା ପାଇଁ ସତଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ପର ନ ହେବାରୁ ସେ ବଡ଼ ପାଟିରେ ଡାକିବାରୁ ସ୍ଥାନୀୟ ଲୋକ ଆସି ଚେତାଶୂନ୍ୟ ଅବସ୍ଥାରେ ଗୀତିଶଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ ।
ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚେତାଶୁନ୍ୟ ଗୀତିଶ ଙ୍କୁ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ରାତି ଅଧିକ ହେବାରୁ ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

The post ମହାନଦୀକୁ ବୁଲି ଆସିବା କାଳ ହେଲା ହୀରାକୁଦ ଜଳଭଣ୍ଡାର ସ୍ଥିତ କେଉଁଟି ବନ୍ଧରେ ବୁଡ଼ି ଜଣେ ଯୁବକଙ୍କ ସଲିଲ ସମାଧି appeared first on Odisha.News.