ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଘାଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିବାବେଳେ ପାଣି ସ୍ରୋତରେ ୨ ଜଣ ଭାସି ଯାଇଥିଲେ। ଘଟଣା ବିଷୟରେ ଜଣାପଡିବା ପରେ କ୍ଷେତରାଜପୁର ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ […] The post ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ appeared first on Dharitri Odia News.

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଘାଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିବାବେଳେ ପାଣି ସ୍ରୋତରେ ୨ ଜଣ ଭାସି ଯାଇଥିଲେ। ଘଟଣା ବିଷୟରେ ଜଣାପଡିବା ପରେ କ୍ଷେତରାଜପୁର ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ୍ରାଫ୍‌ ଟିମ୍‌ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଖୋଜିବା କାର୍ଯ୍ୟରେ ସହାୟତା କରୁଛନ୍ତି। ରାତିରେ ଆଲୋକ ସମସ୍ୟା ଦେଖାଦେବା ପରେ ଓଡ୍ରାଫ୍‌ ପକ୍ଷରୁ ଲାଇଟର ବ୍ୟବସ୍ଥା କରାଯାଇ ମହାନଦୀରେ ଖୋଜିବା କାର୍ଯ୍ୟ ଜାରି ରହିଛି।
ତେବେ ରାତି ସୁଦ୍ଧା ନିଖୋଜ ନାବାଳକଙ୍କ କୌଣସି ସନ୍ଧାନ ମିଳିପାରି ନ ଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ପହଞ୍ଚି ଉଦ୍ଧାର କାର୍ଯ୍ୟ ନେଇ ତଦାରଖ କରିଥିଲେ। ସଡକ ଘାଟରେ ନିଖୋଜ ହୋଇଥିବା ଉଭୟ ନାବାଳକଙ୍କ ଜୋତା ଚପଲ ଆଦି ମିଳିଥିବା ବେଳେ ସେମାନେ ଘରୁ ଖେଳିବାକୁ ଯାଉଥିବା କହି ମହାନଦୀ ସଡକ ଘାଟକୁ ଯାଇଥିଲେ।

The post ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ appeared first on Dharitri Odia News.