ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬ ଜଣ ସାଥୀ ଭଉଁରୀ ଜାଲ ପକାଇ ମାଛ ଧରୁଥିଲେ। ହଠାତ ସାମୁଦ୍ରିକ ଜୁଆର ଅନ୍ତସ୍ରୋତରେ ୬ ସାଥୀ ଭାସି ଯାଇଥିଲେ। ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଏମାନଙ୍କ ଚିତ୍କାର ଶୁଣି ଡଙ୍ଗାରେ ମହାନଦୀରେ ମାଛ ଧରୁଥିବା ରାମନଗର ଗଁାର ପ୍ରକାଶ ମିର୍ଦ୍ଧା ପହଞ୍ଚତ୍ ୫ ଜଣଙ୍କୁ ଉଦ୍ଧାର କରିଥିଲେ। […] The post ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ appeared first on Dharitri Odia News.

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬ ଜଣ ସାଥୀ ଭଉଁରୀ ଜାଲ ପକାଇ ମାଛ ଧରୁଥିଲେ। ହଠାତ ସାମୁଦ୍ରିକ ଜୁଆର ଅନ୍ତସ୍ରୋତରେ ୬ ସାଥୀ ଭାସି ଯାଇଥିଲେ। ସେମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଏମାନଙ୍କ ଚିତ୍କାର ଶୁଣି ଡଙ୍ଗାରେ ମହାନଦୀରେ ମାଛ ଧରୁଥିବା ରାମନଗର ଗଁାର ପ୍ରକାଶ ମିର୍ଦ୍ଧା ପହଞ୍ଚତ୍ ୫ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ରାମନଗର ଗ୍ରାମର ବାପି ମଣ୍ଡଳ (୨୮) ବୋଲି ଜଣାପଡିଛି। ସାଥୀମାନେ ବାପିଙ୍କୁ ଉଦ୍ଧାର କରିବାକୁ ସତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ଏହି ଖବର ପ୍ରଚାରିତ ପରେ ସ୍ଥାନୀୟ ଅଞ୍ଚଳରେ ବହୁସଂଖ୍ୟାରେ ଲୋକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଖବରପାଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚତ୍ ଥାନା ସ୍ପିଡ ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ। ପରେ ମହାକାଳପଡ଼ା ଅଗ୍ନିଶମ ବାହିନୀର କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ୪ଟି ଡଙ୍ଗାରେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ଜାଲ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ସା ସୁଦ୍ଧା ନିଖୋଜ ଯୁବକଙ୍କ ସନ୍ଧାନ ମିଳି ପାରିନାହିଁ।
ଉଦ୍ଧାର ପାଇଥିବା ଯୁବକମାନେ ହେଲେ ରାମନଗର ଗ୍ରାମର ପ୍ରଭାସ ମଣ୍ଡଳ (୩୦), ଗୋବିନ୍ଦ ମଣ୍ଡଳ (୩୦), ହିରନ୍ୟ ସରକାର (୨୮), ତାପସ ମଣ୍ଡଳ (୩୦) ଓ ଜିତୁ ସାମଲ (୨୭) ବୋଲି ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ତାପସ ଅଧିକ ପାଣି ପିଇ ଦେଇଥିବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଅର ନିଖୋଜ ଖବର ଶୁଣି ମା’ ସରସ୍ବତୀ ଘଟଣାସ୍ଥଳରେ ପହଞ୍ଚତ୍ କାନ୍ଦି କାନ୍ଦି ବେହୋସ୍‌ ହୋଇ ପଡ଼ିଥିଲେ। ଗ୍ରାମର ରତନ କାଞ୍ଜିଲାଲ୍‌, ନିକୁଞ୍ଜ ସର୍ଦ୍ଦାର, ବିକାଶ ଦେବନାଥ, ସୁଜିତ ମାଇତି, ଭବସିନ୍ଧୁ ମଣ୍ଡଳଙ୍କ ସମେତ ବହୁସଂଖ୍ୟାରେ ଗ୍ରାମର ଲୋକ ଦୁଃଖ ପ୍ରକାଶ କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଆଇଆଇସି ବିଶ୍ୱାଳ କହିଛନ୍ତି। ବୁଧବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିବ। ଏ ସଂକ୍ରାନ୍ତରେ ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ଯାନବାରେ ଘଟଣାସ୍ଥଳକୁ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରାଙ୍କ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି ମଲିକ କହିଛନ୍ତି।

The post ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ appeared first on Dharitri Odia News.