ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ, କହିଲେ 'ଯାହା ଦାୟିତ୍ୱ ମିଳିବ ନିଭାଇବି'
ପୁରୀ ୨୫/୧୨: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଏହାସହ ସେ ମହାପ୍ରଭୁଙ୍କ ଆର୍ଶୀବାଦ ବି ନେଇଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ପୂର୍ବତନ ରାଜ୍ୟପାଳ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ। ଆଜି ବଡଦିନ ଅବସରରେ ସମସ୍ତ ଓଡିଶାବାସୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ରଘୁବର ଦାସ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଦୀର୍ଘ ୧୪ ମାସ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବା ଯୋଗୁଁ ସେ ଖୁସି ପ୍ରକଟ କରିଛନ୍ତି। ଏହାସହ ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଓଡିଶା ଗଠନ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ରାଜ୍ୟପାଳ। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବା ସେ କହିଛନ୍ତି। ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁବର ଦାସ। ଦଳ ଯାହା ଦାୟିତ୍ୱ ଦବ ଓ ମହାପ୍ରଭୁ ଜଗନ୍ନାଥଙ୍
ପୁରୀ ୨୫/୧୨: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଏହାସହ ସେ ମହାପ୍ରଭୁଙ୍କ ଆର୍ଶୀବାଦ ବି ନେଇଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ପୂର୍ବତନ ରାଜ୍ୟପାଳ। ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ।
ଆଜି ବଡଦିନ ଅବସରରେ ସମସ୍ତ ଓଡିଶାବାସୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ରଘୁବର ଦାସ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଦୀର୍ଘ ୧୪ ମାସ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବା ଯୋଗୁଁ ସେ ଖୁସି ପ୍ରକଟ କରିଛନ୍ତି।
ଏହାସହ ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଓଡିଶା ଗଠନ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ରାଜ୍ୟପାଳ। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିଥିବା ସେ କହିଛନ୍ତି। ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁବର ଦାସ। ଦଳ ଯାହା ଦାୟିତ୍ୱ ଦବ ଓ ମହାପ୍ରଭୁ ଜଗନ୍ନାଥଙ୍କ ଯାହା ଇଚ୍ଛା ଥିବ ତାହା ସେ ନିର୍ବାହ କରିବେ ବୋଲି ଗଣମାଧ୍ୟମରେ କହିଛନ୍ତି।