ମହାପ୍ରଭୁଙ୍କ ଲାଗି ଦେଉଳି ମଠରୁ ଶଗଡ଼ରେ ଆସିଲା ଫଳ ଭାର
ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠରୁ ଶଗଡ଼ରେ ଶ୍ରୀଜୀଉଙ୍କ ପାଇଁ ଗଲା... The post ମହାପ୍ରଭୁଙ୍କ ଲାଗି ଦେଉଳି ମଠରୁ ଶଗଡ଼ରେ ଆସିଲା ଫଳ ଭାର appeared first on .
ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠରୁ ଶଗଡ଼ରେ ଶ୍ରୀଜୀଉଙ୍କ ପାଇଁ ଗଲା ଫଳ, ତୁଳସୀ ପଦ୍ମଫୁଲ । ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼ ଗାଡ଼ିରେ ଅଣସର ସେବା ପାଈଁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି। ଶଗଡ଼ ଓ ବଳଦକୁ ପୂଜା କରି ପାରମ୍ପରିକ ପଦ୍ଧତିରେ ଅଣସର ଭାରକୁ ଶ୍ରୀକ୍ଷେତ୍ର ପଠାଇଛନ୍ତି ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତିର ସଦସ୍ୟ। ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଦଶ ମୂଳପଥି ସେବା । ଏ ସମୟରେ ଶ୍ରୀଜୀଉ ଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ହେଉଛି । ଏଥିପାଇଁ ସ୍ଥାନୀୟ ଅଞ୍ଚଳ କାକଟପୁର, ଅସ୍ତରଙ୍ଗ, ନୟାହାଟ, କୋଣାର୍କ ଅଞ୍ଚଳର ଭକ୍ତ ମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ ତୁଳସୀ ଓ ପଦ୍ମଫୁଲକୁ ସୁସଜ୍ଜିତ ତିନୋଟି ଶଗଡ଼ ଗାଡ଼ିରେ ଦେଉଳି ମଠରୁ ପୁରୀକୁ ପଠାଇଛନ୍ତି।
The post ମହାପ୍ରଭୁଙ୍କ ଲାଗି ଦେଉଳି ମଠରୁ ଶଗଡ଼ରେ ଆସିଲା ଫଳ ଭାର appeared first on .