ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବିସିଏକୁ ହରାଇ ଝାଡ଼ଖଣ୍ଡ ରକମ୍ୟାନ ଚାମ୍ପିଅନ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିୟମରେ  ଚାଲିଥିବା ମହାବୀର ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପିତ ହୋଇଅଛି। ଫାଇନାଲରେ ବାଲେଶ୍ୱରର ବିସିଏ ଦଳକୁ ଝାଡ଼ଖଣ୍ଡର ରକମ୍ୟାନ ହରାଇ ଚାମ୍ପିଅନ ହୋଇଛି। କୌଶିକ୍ ରାୟ ମେମୋରିଆଲ ଟ୍ରଫିର ଫାଇନାଲ ମ୍ୟାଚରେ ବାଲେଶ୍ବରର  ବିସିଏ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ  ୧୭. ୩ ଓଭରରେ ୭୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଗୁରୁଦିପନ ଜେନା ୨୫ ବଲରୁ ୪୩ ରନ କରିଥିବା ବେଳେ ରକମ୍ୟାନ କ୍ଲବର ଦୁର୍ଦ୍ଦଶ ବୋଲିଂ ଆଗରେ ବିସିଏ କ୍ଲବ ର ବ୍ୟାଟ୍ସମ୍ୟାନ୍ ମାନେ ଧରାଶାୟୀ ହୋଇଯାଇଥିଲେ। ଜବାବରେ ରକମ୍ୟାନ ୭.୩ ଓଭରରେ ୨ ୱିକେଟ୍ ହରାଇ ୭୯ରନ କରି ବିଜୟୀ ହୋଇଥିଲେ। ଅନ୍ମୋଲ ରାଜ ଦଳପକ୍ଷରୁ ୩ ୱିକେଟ୍ ନେଇଥିବା ବେଳେ ନକୁଲ ଯାଦବ ୨ ୱିକେଟ୍ ନେଇଥିଲେ।ମ୍ୟାନ ଅଫ ମ୍ୟାଚ ଓ ବେଷ୍ଟ ବୋଲର ଅନ୍ମୋଲ୍ ରାଜ ହୋଇଥିବା ବେଳେ ମ୍ୟାନ ଅଫ ସିରିଜ ନକୁଲ ଯାଦବ ଙ୍କୁ ସମ୍ମାନ୍ନିତ କରଯାଇଛି। ବିସିଏ ଦଳର ଗୁରୁଦିପନ୍ ଜେନା ଙ୍କୁ ବେଷ୍ଟ ଫିଲଡ଼ର ଭାବେ ଘୋଷଣା କରାଯାଇଥିଲା।ଫାଇନାଲ ମ୍ୟାଚ କୁ ଓସିଏ ର ପ୍ୟାନେଲ ଆମ୍ପେୟାର ପ୍ରାଣନାଥ ଜେନା ଏବଂ ପ୍ରତାପ ପାତ୍ର ପରିଚାଳନା କରିଥିଲେ। ଆଜିର ଫାଇନାଲ ମ୍ୟାଚରେ ନୀଳଗିରି ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ଦୁଇ ଦଳର ଖେଳାଙ୍କୁ କରମର୍ଦନ କରି ଉତ୍ସାହିତ କରିଥିଲେ।ସେହିପରି ଉଦଯାପନୀ ଉତ୍ସବରେ

ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବିସିଏକୁ ହରାଇ ଝାଡ଼ଖଣ୍ଡ ରକମ୍ୟାନ ଚାମ୍ପିଅନ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିୟମରେ  ଚାଲିଥିବା ମହାବୀର ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପିତ ହୋଇଅଛି। ଫାଇନାଲରେ ବାଲେଶ୍ୱରର ବିସିଏ ଦଳକୁ ଝାଡ଼ଖଣ୍ଡର ରକମ୍ୟାନ ହରାଇ ଚାମ୍ପିଅନ ହୋଇଛି। କୌଶିକ୍ ରାୟ ମେମୋରିଆଲ ଟ୍ରଫିର ଫାଇନାଲ ମ୍ୟାଚରେ ବାଲେଶ୍ବରର  ବିସିଏ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ  ୧୭. ୩ ଓଭରରେ ୭୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଗୁରୁଦିପନ ଜେନା ୨୫ ବଲରୁ ୪୩ ରନ କରିଥିବା ବେଳେ ରକମ୍ୟାନ କ୍ଲବର ଦୁର୍ଦ୍ଦଶ ବୋଲିଂ ଆଗରେ ବିସିଏ କ୍ଲବ ର ବ୍ୟାଟ୍ସମ୍ୟାନ୍ ମାନେ ଧରାଶାୟୀ ହୋଇଯାଇଥିଲେ। ଜବାବରେ ରକମ୍ୟାନ ୭.୩ ଓଭରରେ ୨ ୱିକେଟ୍ ହରାଇ ୭୯ରନ କରି ବିଜୟୀ ହୋଇଥିଲେ। ଅନ୍ମୋଲ ରାଜ ଦଳପକ୍ଷରୁ ୩ ୱିକେଟ୍ ନେଇଥିବା ବେଳେ ନକୁଲ ଯାଦବ ୨ ୱିକେଟ୍ ନେଇଥିଲେ।

ମ୍ୟାନ ଅଫ ମ୍ୟାଚ ଓ ବେଷ୍ଟ ବୋଲର ଅନ୍ମୋଲ୍ ରାଜ ହୋଇଥିବା ବେଳେ ମ୍ୟାନ ଅଫ ସିରିଜ ନକୁଲ ଯାଦବ ଙ୍କୁ ସମ୍ମାନ୍ନିତ କରଯାଇଛି। ବିସିଏ ଦଳର ଗୁରୁଦିପନ୍ ଜେନା ଙ୍କୁ ବେଷ୍ଟ ଫିଲଡ଼ର ଭାବେ ଘୋଷଣା କରାଯାଇଥିଲା।ଫାଇନାଲ ମ୍ୟାଚ କୁ ଓସିଏ ର ପ୍ୟାନେଲ ଆମ୍ପେୟାର ପ୍ରାଣନାଥ ଜେନା ଏବଂ ପ୍ରତାପ ପାତ୍ର ପରିଚାଳନା କରିଥିଲେ। ଆଜିର ଫାଇନାଲ ମ୍ୟାଚରେ ନୀଳଗିରି ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ଦୁଇ ଦଳର ଖେଳାଙ୍କୁ କରମର୍ଦନ କରି ଉତ୍ସାହିତ କରିଥିଲେ।

ସେହିପରି ଉଦଯାପନୀ ଉତ୍ସବରେ ଅତିଥିଭାବେ ଏନଏସି ଅଧକ୍ଷ ମହେନ୍ଦ୍ରନାଥ ବେହେରା,ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଯୋଗଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିବା ସହ ଚମ୍ପିଆନ ଟିମକୁ ୩୦ ହଜାର ଓ ରନର୍ସଅପ ଦଳକୁ ୨୦ ହଜାର ଟଙ୍କା ପୁରସ୍କୃତ କରିଥିଲେ। ମହିଳା ଭାଷ୍ୟକାର ମିସ ସିମରନ ଏବଂ କ୍ଲବର ସଦସ୍ୟ ଗୋପୀ ନନ୍ଦ, ସବ୍ୟସାଚୀ ମହାପାତ୍ର, ମଦନ ମୋହନ  ବେହେରା, ଦିବ୍ୟରଞ୍ଜନ ମହାପାତ୍ର ଏବଂ ଭାସ୍କର ବିଶ୍ୱାଳ ଉପସ୍ଥାପନା କରିଥିଲେ।   

ଏହି ଟୁର୍ଣ୍ଣାମେଣ୍ଟରେ କ୍ଲବର ସଭାପତି କୁମାର ରାୟ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ଵାଳ, କୋଷାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର,କ୍ଲବର ବରିଷ୍ଠ ସଦସ୍ୟ ସୁଶାନ୍ତ ବିଶ୍ଵାଳ ଓରଫ ନିଲୁ, ଅଜିତ ନାୟକ, ବ୍ରଜକିଶୋର ପାଣି, ଚନ୍ଦନ ରାୟ , ଶିବନାରୟନ ମହାପାତ୍ର, ଉଦୟ ଜ୍ୟୋତି ମହାନ୍ତି, ବିଜୟ କୁମାର ଲେଙ୍କା, ରାଜେନ୍ଦ୍ର ପାତ୍ର, ଜଟିଆ ସିଂ, ପ୍ରୀତିପ୍ରକାଶ ବେହେରା, ମଣ୍ଟୁ ବେହେରା ,ଜ୍ୟୋତି ରଞ୍ଜନ ବରାଜ୍,ରଶ୍ମି ନନ୍ଦ,ବିରଜା ବେହେରା , ଜ୍ୟୋତି ପ୍ରକାଶ ବେହେରା, ମନୋଜ ବେହେରା ,ବୈରାଗୀ ବେହେରା, ପ୍ରତାପ ସେଠୀ, ନିଗମ ରାଉତ, ଅବିନାଶ ନନ୍ଦ, ରବି କୁମାର  ଏବଂ ଚିନ୍ମୟ ଶରଣ ରାଉତଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।