ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଯାତ୍ରା
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆ ପୋଡମ ପେଟା(ସିଦ୍ଧାନ୍ତ ନଗର )ରେ ପୋଲାମ୍ମା ଠାକୁରାଣୀଙ୍କ ନୂତନ ପ୍ରାସାଦ ଓ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ଶୁକ୍ରବାର ଭୋର ସମୟରୁ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରେ ପୂଜାଅର୍ଚନା କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ପବିତ୍ର ଜଳ ପୂର୍ଣ୍ଣକୁମ୍ଭ ମସ୍ତକରେ ଧାରଣ କରି ସେଠାରୁ ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ବାହାରିଥିଲା। ଏହି କଳସ ଯାତ୍ରା […]

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆ ପୋଡମ ପେଟା(ସିଦ୍ଧାନ୍ତ ନଗର )ରେ ପୋଲାମ୍ମା ଠାକୁରାଣୀଙ୍କ ନୂତନ ପ୍ରାସାଦ ଓ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ଶୁକ୍ରବାର ଭୋର ସମୟରୁ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରେ ପୂଜାଅର୍ଚନା କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ପବିତ୍ର ଜଳ ପୂର୍ଣ୍ଣକୁମ୍ଭ ମସ୍ତକରେ ଧାରଣ କରି ସେଠାରୁ ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ବାହାରିଥିଲା। ଏହି କଳସ ଯାତ୍ରା ରେ ମହିଳା, ପୁରୁଷ ମାନେ ମୁଣ୍ଡ ରେ ପୂର୍ଣ୍ଣ କୁମ୍ଭ ଧରି ପୋଡମପେଟା ଗ୍ରାମ ଯଂଜ୍ଞ ସ୍ଥଳ ଅଭିମୁଖେ ବାହାରିଥିଲେ।
ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ରେ ସମାପନ ହେବ। ଏହି ଅବସରରେ ରେ ସନ୍ଧ୍ୟା ରେ ଭଜନ ସମାରୋହ, ସହିତ ପ୍ରବଚନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି । ପ୍ରଵକ୍ତା ଭାବେ ମାଳିକା ଗବେଷକ ପ୍ରମଦ କୁମାର ଯୋଗ ଦେଉଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ କୁ ଆଖପାଖ ଅଞ୍ଚଳ ର ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରୁଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।