ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ବଦଳି, କଂଗ୍ରେସ ଅଭିଯୋଗ ଉପରେ ECର ଆକ୍ସନ

ମୁମ୍ୱାଇ ୦୪/୧୧: ମହାରାଷ୍ଟ୍ର ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି । କଂଗ୍ରେସ ଅଭିଯୋଗ ପରେ ନିଆଯାଇଛି ବଡ ଆକ୍ସନ । ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ହଟାଇଛନ୍ତି EC । କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ଉପରେ ଆଣିଥିଲେ ଅଭିଯୋଗ । ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଲାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ବଦଳି କରିଛନ୍ତି । ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଚାର୍ଜ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି ଅପରାହ୍ନ ଗୋଟାଏ ସୁଦ୍ଧା ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ତଳେ  ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ଘୋଷଣା ସମୟରେ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ଉପଯୁକ୍ତ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ନିର୍ବାଚନ କମିଶନର କହିଥିଲେ ଯେ ତାଙ୍କ ଦାୟିତ୍ୱ ତୁଲାଇବା ବେଳେ ସେ ତାଙ୍କ ଆଚରଣରେ ପକ୍ଷପାତିତା ନକରିବାକୁ । ସୂଚନା ଥାଉକି, ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଲା ମହାରାଷ୍ଟ୍ରର ପ୍ରଥମ ମହିଳା ଡିଜିପି ହେବାର ଆଖ୍ୟା ପାଇଛନ୍ତି । ୧୯୮୮ର ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ମହିଳା ଅଫିସର ରଶ୍ମୀ ମଧ୍ୟ ଶସସ୍ତ୍ର ସୀମା ବଳର ମହାନିର

ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ବଦଳି, କଂଗ୍ରେସ ଅଭିଯୋଗ ଉପରେ ECର ଆକ୍ସନ

ମୁମ୍ୱାଇ ୦୪/୧୧: ମହାରାଷ୍ଟ୍ର ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି । କଂଗ୍ରେସ ଅଭିଯୋଗ ପରେ ନିଆଯାଇଛି ବଡ ଆକ୍ସନ । ଡିଜିପି ରଶ୍ମୀ ଶୁକ୍ଲାଙ୍କୁ ହଟାଇଛନ୍ତି EC । କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ଉପରେ ଆଣିଥିଲେ ଅଭିଯୋଗ । ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଲାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ବଦଳି କରିଛନ୍ତି । ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଚାର୍ଜ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି ଅପରାହ୍ନ ଗୋଟାଏ ସୁଦ୍ଧା ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ତଳେ  ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ଘୋଷଣା ସମୟରେ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ଉପଯୁକ୍ତ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ନିର୍ବାଚନ କମିଶନର କହିଥିଲେ ଯେ ତାଙ୍କ ଦାୟିତ୍ୱ ତୁଲାଇବା ବେଳେ ସେ ତାଙ୍କ ଆଚରଣରେ ପକ୍ଷପାତିତା ନକରିବାକୁ । 

ସୂଚନା ଥାଉକି, ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଲା ମହାରାଷ୍ଟ୍ରର ପ୍ରଥମ ମହିଳା ଡିଜିପି ହେବାର ଆଖ୍ୟା ପାଇଛନ୍ତି । ୧୯୮୮ର ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ମହିଳା ଅଫିସର ରଶ୍ମୀ ମଧ୍ୟ ଶସସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ସମୟରେ ରଶ୍ମୀ ଶୁକ୍ଲା ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିଲେ । 

ସେତେବେଳେ କିଛି ବରିଷ୍ଠ ରାଜନୈତିକ ନେତାଙ୍କ ବେଆଇନ ଫୋନ୍ ଟାପ୍ ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା । ମୁମ୍ବାଇରେ ଦାଖଲ ହୋଇଥିବା ପ୍ରଥମ ଏଫ୍ଆଇଆର୍‌ରେ ସେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଏକନାଥ ଖଡସେଙ୍କୁ ଫୋନ ଟ୍ୟାପିଂ କରିଥିବା ନେଇ ଅଭିଯୋଗ ହୋଇଥିଲା ।

କହିବାକୁ ଗଲେ ନଭେମ୍ୱର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ । ସମସ୍ତ ୨୮୮ ଟି ଆସନ ପାଇଁ ଭୋଟ୍ ଗଣନା ନଭେମ୍ବର ୨୩ରେ ହେବ । ପୂର୍ବରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଟି ଆସନ, ଶିବସେନା ୫୬ ଟି ଏବଂ କଂଗ୍ରେସ ୪୪ଟି ସିଟ୍ ଜିତିଛି । ୨୦୧୪ରେ ବିଜେପି ୧୨୨ଟି ଆସନ ଜିତିଥିବାବେଳେ ଶିବସେନା ୬୩ଟି ଆସନ ଏବଂ କଂଗ୍ରେସ ୪୨ ଟି ସିଟ୍ ଜିତିଥିଲା ।