ମହାରାଷ୍ଟ୍ର ପଲିଟିକ୍ସ; ‘୨୦୧୯ରେ ଉଦ୍ଧବଙ୍କ ସହିତ ମେଣ୍ଟ ଇଚ୍ଛୁକ ନଥିଲେ ସୋନିଆ ଓ ରାହୁଲ’...

ମୁମ୍ବାଇ: ୨୦୧୯ରେ ଅବିଭାଜିତ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁନଥିଲା କଂଗ୍ରେସ । ସେତେବେଳେର ଉଦ୍ଧବ ଠାକରେଙ୍କ ଶିବସେନା ସହ ଗଠବନ୍ଧନ କରିବା ସପକ୍ଷରେ ନଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ।  ମାତ୍ର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପାଇଁ ଏହା ସମ୍ଭବ ହୋଇଥିଲା । ଶରଦ ପାଓ୍ବାର ଶିବସେନା, ଏନସିପି ଓ କଂଗ୍ରେସକୁ ଏକତ୍ର କରି ମେଣ୍ଟ ସରକାର ଗଠନ କରିଥିଲେ । ଏନେଇ ଖୁଲାସା କରିଛନ୍ତି ଏନସିପି ନେତା ପ୍ରଫୁଲ୍ଲ ପଟେଲ୍ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କିଛି ସେ କହିଛନ୍ତି । ୨୦୧୯ ମସିହାର ମହା ବିକାଶ ଅଘାଡି ମେଣ୍ଟ ବାବଦରେ ଖୁଲାସା କରିଛନ୍ତି ।    ଏହାଛଡ଼ା ପ୍ରଫୁଲ୍ଲ ପଟେଲ୍ ଦାବି କରିଛନ୍ତି, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବା ପରେ ସକାଳୁ ସକାଳୁ ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶରଦ ପାଓ୍ବାର ପ୍ରଥମେ ନିଜ ପୁତୁରା ଅଜିତ୍ ପାଓ୍ବାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ ଦେଇଥିଲେ । ପରେ ଅଜିତ୍ ପାଓ୍ବାର ୮୦ ଘଣ୍ଟାରେ  ସରକାର ଛାଡ଼ିଦେଇଥିଲେ । ଏହା ପରେ କଂଗ୍ରେସ, ଏନସିପି ଏବଂ ଅବିଭାଜିତ ଶିବସେନା ଏକତ୍ରୀତ ହୋଇ ରାଜ୍ୟରେ ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ ଏବଂ ପରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଥିଲା ।   ପ୍ରଫୁଲ୍ଲ ପଟେଲ କହିଛନ୍ତି

ମହାରାଷ୍ଟ୍ର ପଲିଟିକ୍ସ; ‘୨୦୧୯ରେ ଉଦ୍ଧବଙ୍କ ସହିତ ମେଣ୍ଟ ଇଚ୍ଛୁକ ନଥିଲେ ସୋନିଆ ଓ ରାହୁଲ’...

ମୁମ୍ବାଇ: ୨୦୧୯ରେ ଅବିଭାଜିତ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁନଥିଲା କଂଗ୍ରେସ । ସେତେବେଳେର ଉଦ୍ଧବ ଠାକରେଙ୍କ ଶିବସେନା ସହ ଗଠବନ୍ଧନ କରିବା ସପକ୍ଷରେ ନଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ।  ମାତ୍ର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପାଇଁ ଏହା ସମ୍ଭବ ହୋଇଥିଲା । ଶରଦ ପାଓ୍ବାର ଶିବସେନା, ଏନସିପି ଓ କଂଗ୍ରେସକୁ ଏକତ୍ର କରି ମେଣ୍ଟ ସରକାର ଗଠନ କରିଥିଲେ । ଏନେଇ ଖୁଲାସା କରିଛନ୍ତି ଏନସିପି ନେତା ପ୍ରଫୁଲ୍ଲ ପଟେଲ୍ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କିଛି ସେ କହିଛନ୍ତି । ୨୦୧୯ ମସିହାର ମହା ବିକାଶ ଅଘାଡି ମେଣ୍ଟ ବାବଦରେ ଖୁଲାସା କରିଛନ୍ତି ।    

ଏହାଛଡ଼ା ପ୍ରଫୁଲ୍ଲ ପଟେଲ୍ ଦାବି କରିଛନ୍ତି, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବା ପରେ ସକାଳୁ ସକାଳୁ ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେତେବେଳେ ଶରଦ ପାଓ୍ବାର ପ୍ରଥମେ ନିଜ ପୁତୁରା ଅଜିତ୍ ପାଓ୍ବାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ ଦେଇଥିଲେ । ପରେ ଅଜିତ୍ ପାଓ୍ବାର ୮୦ ଘଣ୍ଟାରେ  ସରକାର ଛାଡ଼ିଦେଇଥିଲେ । ଏହା ପରେ କଂଗ୍ରେସ, ଏନସିପି ଏବଂ ଅବିଭାଜିତ ଶିବସେନା ଏକତ୍ରୀତ ହୋଇ ରାଜ୍ୟରେ ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ ଏବଂ ପରେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଥିଲା ।   

ପ୍ରଫୁଲ୍ଲ ପଟେଲ କହିଛନ୍ତି, ଉଦ୍ଧବ ଠାକରେଙ୍କ ଶିବସେନା ସହିତ ମିଶି କରି ସରକାର ଗଠନ ପାଇଁ ଇଚ୍ଛୁକ ନଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । କାରଣ ଉଦ୍ଧାବ ଠାକରେଙ୍କ ଗୋଷ୍ଠୀ କଟ୍ଟର ହିନ୍ଦୁତ୍ବ ବିଚାରଧାରର ବିଜେପିର ଅଧିକ ନିକଟର ଥିଲେ । ମାତ୍ର ଶରଦ ପାଓ୍ବାର କଂଗ୍ରେସକୁ ରାଜି କରାଇବାରେ ସଫଳ ହୋଇଥିଲେ । ଆଉ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଗଠନ କରିଥିଲା । ପରେ ଶିବସେନା ଓ ଏନସିପି ଦୁଇ ଭାଗରେ ବିଭାଜିତ ହୋଇଥିଲା । ଏକନାଥ ସିନ୍ଦେ ଓ ଅଜିତ୍ ପାଓ୍ବାରଙ୍କ ଗୋଷ୍ଠୀ ବିଜେପି ସହିତ ସାମିଲ ହୋଇ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିଲେ। ଯେଉଁଥିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ପ୍ରଫୁଲ୍ଲ ପଟେଲ୍ ଏବେ ଅଜିତ୍ ପାଓ୍ବାରଙ୍କ ଏନସିପି ଗୋଷ୍ଠୀରେ ରହିଛନ୍ତି  । 

 ପ୍ରଫୁଲ୍ଲ ପଟେଲ୍ କହିଛନ୍ତି, ଅବିଭାଜିତ ଏନସିପି ୨୦୧୪, ୨୦୧୭ ଏବଂ ୨୦୧୯ରେ ନିର୍ବାଚନ ପରେ ବିଜେପି ସହିତ ମିଶି ସରକାର ଗଠନ ପାଇଁ ଚେଷ୍ଟ କରିଥିଲେ, ହେଲେ ସମ୍ଭବ ହୋଇନଥିଲା । ୨୦୧୯ରେ ଅଜିତ୍ ପାଓ୍ବାର ଦେବେନ୍ଦ୍ର ଫଡନବିସଙ୍କ ସହିତ ମିଶି ଶପଥ ନେବା ପରେ ଏହା ସମ୍ଭବ ହୋଇଥିଲା ।