ମହାରାଷ୍ଟ୍ର ମହାୟୁତି ସରକାରରେ ବିଭାଗ ବଣ୍ଟନ

ମୁମ୍ବାଇ:ମହାରାଷ୍ଟ୍ର ମହାୟୁତି ସରକାରରେ ବିଭାଗ ବଣ୍ଟନ ହୋଇଛି।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗୃହ ବିଭାଗ ନିଜ ପାଖରେ ରଖିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ବିଭାଗ ମିଳିଛି। ସେହିପରି ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସହରୀ ବିକାଶ ବିଭାଗ ମିଳିଛି।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନିଜ ପାଖରେ ରଖିଲେ ଗୃହ ବିଭାଗ। ଗୃହ ସହ ଆଇନ୍ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍। ଏକନାଥ ସିନ୍ଦେଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି। ଯଦିଓ ଏକନାଥ […]

ମହାରାଷ୍ଟ୍ର ମହାୟୁତି ସରକାରରେ ବିଭାଗ ବଣ୍ଟନ

ମୁମ୍ବାଇ:ମହାରାଷ୍ଟ୍ର ମହାୟୁତି ସରକାରରେ ବିଭାଗ ବଣ୍ଟନ ହୋଇଛି।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗୃହ ବିଭାଗ ନିଜ ପାଖରେ ରଖିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ବିଭାଗ ମିଳିଛି। ସେହିପରି ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସହରୀ ବିକାଶ ବିଭାଗ ମିଳିଛି।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନିଜ ପାଖରେ ରଖିଲେ ଗୃହ ବିଭାଗ। ଗୃହ ସହ ଆଇନ୍ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍। ଏକନାଥ ସିନ୍ଦେଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି। ଯଦିଓ ଏକନାଥ ଚାହୁଁଥିଲେ ତାଙ୍କୁ ଗୃହ ବିଭାଗ ମିଳୁ ବୋଲି କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି। ସେହିପରି ଅଜିତ୍ ପାୱାରଙ୍କୁ ଅର୍ଥ, ଯୋଜନା ଓ ଅବକାରୀ ବିଭାଗ ମିଳିଛି।

ମହାରାଷ୍ଟ୍ରରେ କ୍ୟାବିନେଟ୍ ବିସ୍ତାରରେ, ବିଜେପିର କୋଟାରେ ଗୃହ, ନଗର ଉନ୍ନୟନ କିମ୍ବା ରାଜସ୍ୱ (ଉଭୟ ମଧ୍ୟରୁ ଗୋଟିଏ), ଆଇନ ଏବଂ ନ୍ୟାୟପାଳିକା, ସାଧାରଣ ପ୍ରଶାସନ, ଗ୍ରାମୀଣ ବିକାଶ, ବିଦ୍ୟୁତ, ପରିବେଶ, ଜଙ୍ଗଲ, ଆଦିବାସୀ କଲ୍ୟାଣ ପ୍ରମୁଖ ବିଭାଗ ରହିପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଏଵେ ଚିତ୍ର ସ୍ପଷ୍ଟ ହୋଇଛି। ଗୁରୁତ୍ଵପୂର୍ଣ୍ଣ ବିଭାଗ ଗୃହ ବିଭାଗ କାହାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଏଵେ ବିଜେପି ଗୃହ ବିଭାଗ ନିଜ ପାଖରେ ରଖିଛି।