ମହାରାଷ୍ଟ୍ରରେ କମାଣ ସମ୍ଭାଳିଲେ ଦେବେନ୍ଦ୍ର ଫଡ଼ନାଭିସ : ତୃତୀୟ ଥର ନେଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ମୁମ୍ବାଇ:ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାଭିସ। ମହା ସରକାର କମାଣ ସମ୍ଭାଳିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଇଛନ୍ତି ଦେବେନ୍ଦ୍ର। ମୁମ୍ବାଇରେ ଆଜଦ ମୈଦାନରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନା ଭିସ। ଉପ ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ଶପଥ ନେଇଛନ୍ତି। ମହାୟୁତି ମେଣ୍ଟ ଏଥର ମହାରାଷ୍ଟ୍ରରେ ବିପୁଳ ବିଜୟ ହାସଲ କରିଥିଲା। କିନ୍ତୁ ନିର୍ବାଚନର ଫଳ ବାହାରିବାର ୧୧ ଦିନ ପରେ ମଧ୍ୟ […]

ମୁମ୍ବାଇ:ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାଭିସ। ମହା ସରକାର କମାଣ ସମ୍ଭାଳିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଇଛନ୍ତି ଦେବେନ୍ଦ୍ର। ମୁମ୍ବାଇରେ ଆଜଦ ମୈଦାନରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନା ଭିସ। ଉପ ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ଶପଥ ନେଇଛନ୍ତି।
ମହାୟୁତି ମେଣ୍ଟ ଏଥର ମହାରାଷ୍ଟ୍ରରେ ବିପୁଳ ବିଜୟ ହାସଲ କରିଥିଲା। କିନ୍ତୁ ନିର୍ବାଚନର ଫଳ ବାହାରିବାର ୧୧ ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଲାଗିରହିଥିଲା। କିନ୍ତୁ ପରେ ଚିତ୍ର ସ୍ପଷ୍ଟ ହେଲା। ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, କେନ୍ଦ୍ର ଗୃହ ମନ୍ତ୍ରୀଅମିତ ଶାହା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନେକ ବଲିଉଡ ଠୁ ଆରମ୍ଭ କରି ଶିଳ୍ପ ଜଗତର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।