ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟରେ ସାମିଲ୍ ହୋଇପାରନ୍ତି ରାଜ ଠାକରେ
ମୁମ୍ବାଇ: ଲୋକସଭା ନିର୍ବାଚନକୁ ଦେଖି ନେତାମାନଙ୍କର ଦଳ ଡିଆଁ ଓ ମେଣ୍ଟ ଡିଆଁ ଜାରି ରହିଛି। ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ମୁଖ୍ୟ ରାଜ ଠାକ୍ରେ ମହାରାଷ୍ଟ୍ରରେ ବିଜେପି ଓ ଏକନାଥ ସିନ୍ଦେଙ୍କ ମେଣ୍ଟ ସରକାରରେ ସାମିଲ୍ ହେବେ ବୋଲି ସୂଚନା ମିଳିଛି।ବିଶେଷ ସୂତ୍ରରୁ ରିପୋର୍ଟ ନେଇ ଜାତୀୟ ଗଣାଧ୍ୟମ ଇଣ୍ଡିଆଟୁଡେ ଏହି ଖବର ପ୍ରକାଶ କରିଛି। ମେଣ୍ଟରେ ଯୋଗ ଦେବା ପାଇଁ ରାଜ ଠାକରେ ଦିଲ୍ଲୀ ଯାଇଛନ୍ତି। ସେଠାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରର ଫଡ଼ନାଭିସ୍ ଓ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱାଙ୍କୁଲେ ମଧ୍ୟ ଉପସ୍ଥିତ ଅଛନ୍ତି। ଶୁଣିବାକୁ ମିଳୁଛି ଯେ ରାଜ ଠାକେର ତାଙ୍କ ଦଳ ପାଇଁ ଦକ୍ଷିଣ ମୁମ୍ବାଇ ଓ ଶିରିଡ଼ି ଏହି ଦୁଇଠି ଆସନ ଦାବି କରିପାରନ୍ତି।ସୂଚନା ଥାଉକି ରାଜ ଠାକ୍ରେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର କକାପୁଅ ଭାଇ। ବର୍ତ୍ତମାନ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି। ଗୋଟିଏ ପକ୍ଷ ଏକନାଥ ସିନ୍ଧେ ଓ ଅନ୍ୟ ପକ୍ଷ ଉଦ୍ଧବ ଠାକ୍ରେଙ୍କ ପକ୍ଷରେ ରହିଛି। ଏକନାଥ ସିନ୍ଦେ ଅଧିକ ବିଧାୟକ ସହିତ ବହୁମତ ସାବ୍ୟସ୍ତ କରିଥିବାରୁ ତାଙ୍କ ଶିବସେନାକୁ ପ୍ରକୃତ ଶିବେସନା ବୋଲି ଘୋଷଣା କରାଯାଇଛି। ଏପଟେ ରାଜ ଠାକେର ଉଦ୍ଧବଙ୍କ ଠାରୁ ଅଲଗା ହୋଇ ନିଜେ ଏକ ଦଳ ଗଠନ କରିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଏନ୍ଡିଏ ମେଣ୍ଟ ସରକାର ଗଠନ କରିଛି। ଅଜିତ ପାୱାରଙ୍କ ଏନ
ମୁମ୍ବାଇ: ଲୋକସଭା ନିର୍ବାଚନକୁ ଦେଖି ନେତାମାନଙ୍କର ଦଳ ଡିଆଁ ଓ ମେଣ୍ଟ ଡିଆଁ ଜାରି ରହିଛି। ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ମୁଖ୍ୟ ରାଜ ଠାକ୍ରେ ମହାରାଷ୍ଟ୍ରରେ ବିଜେପି ଓ ଏକନାଥ ସିନ୍ଦେଙ୍କ ମେଣ୍ଟ ସରକାରରେ ସାମିଲ୍ ହେବେ ବୋଲି ସୂଚନା ମିଳିଛି।
ବିଶେଷ ସୂତ୍ରରୁ ରିପୋର୍ଟ ନେଇ ଜାତୀୟ ଗଣାଧ୍ୟମ ଇଣ୍ଡିଆଟୁଡେ ଏହି ଖବର ପ୍ରକାଶ କରିଛି। ମେଣ୍ଟରେ ଯୋଗ ଦେବା ପାଇଁ ରାଜ ଠାକରେ ଦିଲ୍ଲୀ ଯାଇଛନ୍ତି। ସେଠାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରର ଫଡ଼ନାଭିସ୍ ଓ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱାଙ୍କୁଲେ ମଧ୍ୟ ଉପସ୍ଥିତ ଅଛନ୍ତି। ଶୁଣିବାକୁ ମିଳୁଛି ଯେ ରାଜ ଠାକେର ତାଙ୍କ ଦଳ ପାଇଁ ଦକ୍ଷିଣ ମୁମ୍ବାଇ ଓ ଶିରିଡ଼ି ଏହି ଦୁଇଠି ଆସନ ଦାବି କରିପାରନ୍ତି।
ସୂଚନା ଥାଉକି ରାଜ ଠାକ୍ରେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର କକାପୁଅ ଭାଇ। ବର୍ତ୍ତମାନ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି। ଗୋଟିଏ ପକ୍ଷ ଏକନାଥ ସିନ୍ଧେ ଓ ଅନ୍ୟ ପକ୍ଷ ଉଦ୍ଧବ ଠାକ୍ରେଙ୍କ ପକ୍ଷରେ ରହିଛି। ଏକନାଥ ସିନ୍ଦେ ଅଧିକ ବିଧାୟକ ସହିତ ବହୁମତ ସାବ୍ୟସ୍ତ କରିଥିବାରୁ ତାଙ୍କ ଶିବସେନାକୁ ପ୍ରକୃତ ଶିବେସନା ବୋଲି ଘୋଷଣା କରାଯାଇଛି।
ଏପଟେ ରାଜ ଠାକେର ଉଦ୍ଧବଙ୍କ ଠାରୁ ଅଲଗା ହୋଇ ନିଜେ ଏକ ଦଳ ଗଠନ କରିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ଏନ୍ଡିଏ ମେଣ୍ଟ ସରକାର ଗଠନ କରିଛି। ଅଜିତ ପାୱାରଙ୍କ ଏନ୍ସିପି, ଏକନାଥଙ୍କ ଶିବସେନା ସହ ମିଶି ବିଜେପି ସେଠାରେ ସରକାର ଗଠନ କରିଛି।