ମହାଶିବରାତ୍ରୀରେ ଏହି ରାଶିଙ୍କ ଉପରେ ବର୍ଷିବ ମହାଦେବଙ୍କ କୃପା, ସବୁ କାର୍ଯ୍ୟ ହେବ ସଫଳ

ଓଡ଼ିଶା ଭାସ୍କର: ଆଜି ଫାଲଗୁନ କୃଷ୍ଣ ପକ୍ଷର ଉଦୟା ତିଥି ତ୍ରୟୋଦଶୀ ବୁଧବାର। ତ୍ରୟୋଦଶୀ ତିଥି ଆଜି ଦ୍ୱିପ୍ରହର ପୂର୍ବରୁ ୧୧ଟା ୯ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଦ୍ଦଶୀ ତିଥି ଲାଗିଯିବ। ଆଜି ରାତି ୨ଟା ୫୭ ମିନିଟ ପର୍ଯ୍ୟନ୍ତ ଏହିବ ପରିଧି ଯୋଗ। ଏଥିସହ ଆଜି ସଂଧ୍ୟା ୫ଟା ୨୩ ମିନିଟ ପର୍ଯ୍ୟନ୍ତ ଶ୍ରବଣ ନକ୍ଷତ୍ର ରହିବ। ଆଜି ମହାଶିବରାତ୍ରୀ। ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ। କେମିତି କଟିବ ଆଜିର ଦିନ। ମେଷ: […]

ମହାଶିବରାତ୍ରୀରେ ଏହି ରାଶିଙ୍କ ଉପରେ ବର୍ଷିବ ମହାଦେବଙ୍କ କୃପା, ସବୁ କାର୍ଯ୍ୟ ହେବ ସଫଳ

ଓଡ଼ିଶା ଭାସ୍କର: ଆଜି ଫାଲଗୁନ କୃଷ୍ଣ ପକ୍ଷର ଉଦୟା ତିଥି ତ୍ରୟୋଦଶୀ ବୁଧବାର। ତ୍ରୟୋଦଶୀ ତିଥି ଆଜି ଦ୍ୱିପ୍ରହର ପୂର୍ବରୁ ୧୧ଟା ୯ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଦ୍ଦଶୀ ତିଥି ଲାଗିଯିବ। ଆଜି ରାତି ୨ଟା ୫୭ ମିନିଟ ପର୍ଯ୍ୟନ୍ତ ଏହିବ ପରିଧି ଯୋଗ।

ଏଥିସହ ଆଜି ସଂଧ୍ୟା ୫ଟା ୨୩ ମିନିଟ ପର୍ଯ୍ୟନ୍ତ ଶ୍ରବଣ ନକ୍ଷତ୍ର ରହିବ। ଆଜି ମହାଶିବରାତ୍ରୀ। ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ। କେମିତି କଟିବ ଆଜିର ଦିନ।

ମେଷ: କ୍ୟାରିୟରରେ ସଫଳତା ହାସଲ ହେବ। କୃଷକ ନିଜ ଶସ୍ୟର ଭଲ ଲାଭ ପାଇବେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ।

ବୃଷ: କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିପାରେ। ବିଦେଶରେ ଶିକ୍ଷାଲାଭ କରିବାର ସ୍ଵପ୍ନ ପୂରା ହୋଇପାରେ।

ମିଥୁନ: ଅଫିସ କାମରେ ସହକର୍ମୀଙ୍କ ସହିତ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। କୌଣସି ବିଷୟ ନେଇ ଅନ୍ୟର ସାହାଯ୍ୟ ପାଇବେ। ଘର ନିର୍ମାଣ କରୁଥିବା ଲୋକଙ୍କ କାମ ଆଗକୁ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କର୍କଟ: ଶୁଭ ସୂଚନା ପାଇବେ। ଆର୍ଥିକ ଲାଭ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବାର ଯୋଗ ଅଛି। ଆପଣଙ୍କ କାମରେ ନୂତନତ୍ୱ ଆସିବ।

ସିଂହ: ଆପଣଙ୍କୁ ଆନନ୍ଦ ଅନୁଭୂତ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଚାକିରି କାମରେ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।

କନ୍ୟା: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିପାରେ। କିଛି ମାମଲାରେ ଅଧିକାରୀମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ।

ତୁଳା: ବ୍ୟବସାୟରେ ଲୋକଙ୍କର ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। କାମ ପୂରା କରିବା ପାଇଁ ନୂଆ ଜ୍ଞାନ ମିଳିବ। ଛାତ୍ରଛାତ୍ରୀ ଭଲ ଅବସର ପାଇବେ।

ବିଛା: କାରବାରରେ ଉତ୍‌ଥାନ ପତନ ଜାରି ରହିବ। ନିକଟ ସଂପର୍କୀୟଙ୍କ ସହିତ ସମୟ ଅତିବାହିତ କରିବେ। ଆପଣଙ୍କ ରାଜନୈତିକ ବିଚାର ପ୍ରକଟ କରିବେ।

ଧନୁ: ଉନ୍ନତି ପାଇଁ ନୂଆ ସାଧନ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧରେ ପୁଣି ପ୍ରଫୁଲ୍ଲତା ଭରିବା ପାଇଁ ଦିନଟି ଭଲ। ବ୍ୟବସାୟରେ ସବୁ କିଛି ସାମାନ୍ୟ ରହିବ। ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ।

ମକର: ଅଚାନକ ଧନଲାଭର ଯୋଗ ଅଛି। ବନ୍ଧୁ ଓ ସହକର୍ମୀ ଆପଣଙ୍କ ପ୍ରୟାସକୁ ସମର୍ଥନ କରିବେ। କାହାରି ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଅସୀମ ସଫଳତା ଲାଭ କରିବେ।

କୁମ୍ଭ: କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆପଣଙ୍କ ଦିନକୁ ଆହୁରି ଭଲ କରିବ। ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ନିବେଶ ପୂର୍ବରୁ ଭଲଭାବେ ତଦାରଖ କରି ନିଅନ୍ତୁ।

ମୀନ: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ। ଧନ ସଂପଦ ମାମଲାରେ ସତର୍କ ରହନ୍ତୁ। ବନ୍ଧୁ ସହିତ ମଉଜମସ୍ତି ପାଇଁ ଯୋଜନା କରିବେ।