ମହାଶିବରାତ୍ରୀରେ କ’ଣ କଲେ ହୁଏ ଶୁଭ …

ବିଶ୍ୱାସ ରହିଛି, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ସୁମରଣା କଲେ ମନକୁ ଶାନ୍ତି ମିଳିବା ସହ ମନୋସ୍କାମନା ପୂରଣ ହୋଇଥାଏ। ତା’ଛଡ଼ା ଏମିତି ବି କିଛି କାମ ରହିଛି ଯାହାକୁ ଏହି ଦିନରେ କଲେ ପ୍ରଭୁଙ୍କର କରୁଣା ପ୍ରାପ୍ତି ହୋଇଥାଏ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ବ୍ରାହ୍ମମୁହୂର୍ତ୍ତରୁ ଉଠି ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ ହୋଇଥାଏ। ତା’ସହିତ ଏହି ଗଛ ମଧ୍ୟରେ ଏକ […] The post ମହାଶିବରାତ୍ରୀରେ କ’ଣ କଲେ ହୁଏ ଶୁଭ … appeared first on Dharitri Odia News.

ମହାଶିବରାତ୍ରୀରେ କ’ଣ କଲେ ହୁଏ ଶୁଭ …

ବିଶ୍ୱାସ ରହିଛି, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ଭଗବାନ ଶିବଙ୍କୁ ନିଷ୍ଠାର ସହ ସୁମରଣା କଲେ ମନକୁ ଶାନ୍ତି ମିଳିବା ସହ ମନୋସ୍କାମନା ପୂରଣ ହୋଇଥାଏ। ତା’ଛଡ଼ା ଏମିତି ବି କିଛି କାମ ରହିଛି ଯାହାକୁ ଏହି ଦିନରେ କଲେ ପ୍ରଭୁଙ୍କର କରୁଣା ପ୍ରାପ୍ତି ହୋଇଥାଏ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ବ୍ରାହ୍ମମୁହୂର୍ତ୍ତରୁ ଉଠି ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ ହୋଇଥାଏ। ତା’ସହିତ ଏହି ଗଛ ମଧ୍ୟରେ ଏକ ଶିବଲିଙ୍ଗକୁ ସ୍ଥାପନ କରି ପ୍ରତିଦିନ ଶ୍ରଦ୍ଧାର ସହ ଜଳ ହେଉ ଅବା କ୍ଷୀର ଅର୍ପଣ କଲେ ପ୍ରଭୁ କୃପା ମିଳିବା ସହ ଶନିଦେବଙ୍କର କୃଦୃଷ୍ଟି ଦୂରେଇ ଯାଏ ବୋଲି ବିଶ୍ୱାସ କରାଯାଏ।
* ଭଗବାନ ଶିବଙ୍କର ବେଲଗଛ ଓ ବେଲପତ୍ର ବି ଖୁବ୍‌ ପ୍ରିୟ। ଶିବ ପୁରାଣ ଅନୁଯାୟୀ, ଯେଉଁ ସ୍ଥାନରେ ବେଲଗଛଟିଏ ଥାଏ, ସେହି ସ୍ଥାନଟି ଖୁବ୍‌ ପବିତ୍ର ହୋଇଥାଏ। ତେଣୁ ବେଲଗଛ ଲାଗିଥିବା ସ୍ଥାନରେ ପ୍ରତିଦିନ ବିଶେଷକରି ମହାଶିବରାତ୍ରୀ ଦିନ ଜଳ ଢାଲିଲେ ମହାଦେବଙ୍କର କରୁଣା ପ୍ରାପ୍ତି ହେବା ସହ ପରିବାରରେ ସୁଖସମୃଦ୍ଧି ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ଭଗବାନ ଶିବ ହେଉଛନ୍ତି ପୂର୍ଣ୍ଣତାର ପ୍ରତୀକ। ଏହି ପବିତ୍ର ଦିନରେ ଠାକୁର ଘରର ଉତ୍ତରପଟ କାନ୍ଥରେ ଭଗବାନ ଶିବ ଓ ତାଙ୍କ ପରିବାରର ଫଟୋ ଲଗାଇ ପବିତ୍ର ମନରେ ତାହାକୁ ନିୟମିତ ପୂଜାକଲେ ପ୍ରଭୁକୃପା ମିଳିବା ସହ ପରିବାରରେ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।

The post ମହାଶିବରାତ୍ରୀରେ କ’ଣ କଲେ ହୁଏ ଶୁଭ … appeared first on Dharitri Odia News.