ମହାୟୁତି ବୈଠକ ସ୍ଥଗିତ

ମୁମ୍ବାଇ,୩୦ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର ୩ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌, ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ଗୁରୁବାର ରାତିରେ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ବୈଠକ କରିଥିଲେ। ଏହାପରେ ଶୁକ୍ରବାର ମୁମ୍ବାଇରେ ମେଣ୍ଟ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବାକୁ ଥିବାବେଳେ ଶିନ୍ଦେ ନିଜ ଜନ୍ମସ୍ଥାନ ଯାଇଥିବାରୁ ବୈଠକକୁ ସ୍ଥଗିତ […] The post ମହାୟୁତି ବୈଠକ ସ୍ଥଗିତ appeared first on Dharitri Odia News.

ମହାୟୁତି ବୈଠକ ସ୍ଥଗିତ

ମୁମ୍ବାଇ,୩୦ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର ୩ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌, ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ଗୁରୁବାର ରାତିରେ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ବୈଠକ କରିଥିଲେ। ଏହାପରେ ଶୁକ୍ରବାର ମୁମ୍ବାଇରେ ମେଣ୍ଟ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବାକୁ ଥିବାବେଳେ ଶିନ୍ଦେ ନିଜ ଜନ୍ମସ୍ଥାନ ଯାଇଥିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି। ଫଳରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ବିଳମ୍ବିତ ହେବ ବୋଲି କୁହାଯାଉଛି।
ତେବେ ଶିନ୍ଦେ ହଠାତ୍‌ ନିଜ ଗାଁକୁ ଯିବା ଲାଗି ନିଷ୍ପତ୍ତି ନେବାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସରକାର ଗଠନ ଆଲୋଚନାରେ ସେ ସନ୍ତୁଷ୍ଟ ନ ଥିବା କେତେଜଣ କହୁଥିବାବେଳେ ତାଙ୍କ ଦଳ ଏହାକୁ ଖଣ୍ଡନ କରିଛି। ତାଙ୍କର ଗାଁକୁ ଯିବାର ଥିଲା ଏବଂ ସେ ଶନିବାର ଫେରିଆସିବେ ବୋଲି ଶିବସେନା ନେତା ଉଦୟ ସାମନ୍ତ କହିଛନ୍ତି। ଭାଜପାକୁ ରେକର୍ଡ ବିଜୟୀ କରାଇଥିବା ଦେବେନ୍ଦ୍ର ଫଡ୍‌ନବିସ୍‌ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଭିନ୍ନ ସୂତ୍ରରୁ କୁହାଯାଇଛି। ବର୍ତ୍ତମାନର ସୂତ୍ର ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ପଦ କାଏମ ରହିବ। ତେବେ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଆଗ୍ରହୀ ନ ଥିବା ଜଣାପଡ଼ିଛି। ସୂତ୍ର ଅନୁଯାୟୀ, ଭାଜପା ନିଜ ପାଖରେ ଗୃହ ବିଭାଗ ରଖିବାକୁ ଥିବାବେଳେ ଅଜିତ ପାଓ୍ବାରଙ୍କ ଏନ୍‌ସିପିକୁ ଅର୍ଥ ଏବଂ ଶିନ୍ଦେଙ୍କ ସେନାକୁ ସହରାଞ୍ଚଳ ବିକାଶ ଓ ପୂର୍ତ୍ତ ବିଭାଗ ମିଳିପାରେ।

The post ମହାୟୁତି ବୈଠକ ସ୍ଥଗିତ appeared first on Dharitri Odia News.