ମହିଳା ଅଫିସରଙ୍କୁ ଅଶାଳୀନ ବ୍ୟବହାର: ଥାନାରେ ମାମଲା, ବନ୍ଧା ହେଲେ ବାର ମାଲିକ

କନକ ବ୍ୟୁରୋ: ରାଜଧାନୀରେ ନିୟମକୁ ମାନୁ ନାହାନ୍ତି ବାର, ପବ ମାଲିକ । ୱେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି । ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ନିୟମ ଭାଙ୍ଗିଥିବା ବାର ମାଲିକ ତାଉ ଦେଖାଇଛନ୍ତି । କଥା କଟାକଟି ଯୁକ୍ତିତର୍କ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ […] The post ମହିଳା ଅଫିସରଙ୍କୁ ଅଶାଳୀନ ବ୍ୟବହାର: ଥାନାରେ ମାମଲା, ବନ୍ଧା ହେଲେ ବାର ମାଲିକ first appeared on Kanak News.

ମହିଳା ଅଫିସରଙ୍କୁ ଅଶାଳୀନ ବ୍ୟବହାର: ଥାନାରେ ମାମଲା, ବନ୍ଧା ହେଲେ ବାର ମାଲିକ

କନକ ବ୍ୟୁରୋ: ରାଜଧାନୀରେ ନିୟମକୁ ମାନୁ ନାହାନ୍ତି ବାର, ପବ ମାଲିକ । ୱେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି । ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ନିୟମ ଭାଙ୍ଗିଥିବା ବାର ମାଲିକ ତାଉ ଦେଖାଇଛନ୍ତି । କଥା କଟାକଟି ଯୁକ୍ତିତର୍କ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସଂପୃକ୍ତ ବାର ମାଲିକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଚାଲିଥିଲା ସଟର ଡେ ନାଇଟ ବା ୱିକେଣ୍ଡ ସେଲିବ୍ରେସନ । ଛାତି ଫଟା ଡିଜେ ସାଉଣ୍ଡ ସାଙ୍ଗକୁ ଚକମକ ଆଲୁଅରେ ରଙ୍ଗୀନ ହେଉଥିଲା ରାତିର ରାଜଧାନୀ । ବେଆଇନ ଭାବେ ବିଳମ୍ବିତ ରାତିଯାଏଁ ଚାଲିଥିବା ବାର-ପବ୍- କ୍ଲବ ଉପରେ ଛାପା ମାରିବାକୁ ପ୍ରସ୍ତୁତ ଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ । ରାତି ପ୍ରାୟ ୨ ଟା, କଟକ ରୋଡରେ ଥିବା ରେନ ଦ କ୍ଲବରେ ପହଂଚି ଥିଲା ଟିମ। ଅବକାରୀ ବିଭାଗର ଟିମର ଅଚାନକ ଚଢାଉକୁ ବିରୋଧ କରି ବାର ମାଲିକ ସତ୍ୟ ମହାନ୍ତି ଚକାମାଡି ରାସ୍ତା ଉପରେ ବସି ଯାଇଥିଲେ। ସେହି ସମୟରେ ପାଟିତୁଣ୍ଡ ଯୁକ୍ତିତର୍କ ଆଉ କଥା କଟାକଟି ହୋଇଥିଲା। ସେତିକି ବେଳେ ମହିଳା ଅଫିସର ତଥା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କୁ ଅଶାଳିନ ବ୍ୟବାହର ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ବାର ମାଲିକଙ୍କୁ ଗିରଫ କରିଥିବା ଏସିପି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ସେପଟେ କିଛି ଅମାନିଆ ବାର ମାଲିକ ଅବକାରୀ ନିୟମକୁ ବାଏଁ ବାଏଁ ଉଡାଇ ଦେଉଥିବାର ଭିଡିଓ ଭାଇରଲ ହେଉଛି । ଭାଇରଲ ଭିଡିଓର ସତ ଜାଣିବା ପାଇଁ ଶନିବାର ରାତିରେ ଏହି ଚଢାଉ କରିଥିଲା ଅବକାରୀ ବିଭାଗ। ଏକାଧିକ ବାର ବିଳମ୍ୱିତ ରାତିଯାଏଁ ଚାଲିଥିବା ଦେଖିବାକୁ ମିଳୁଥିବା ବେଳେ, କିଛି ବାର ବିରୋଧରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଆଗକୁ ବାରମ୍ୱାର ନିୟମ ଖିଲାପକାରୀ ବାର ମାଲିକଙ୍କ ଲାଇସେନ୍ସ ବାତିଲ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି।

The post ମହିଳା ଅଫିସରଙ୍କୁ ଅଶାଳୀନ ବ୍ୟବହାର: ଥାନାରେ ମାମଲା, ବନ୍ଧା ହେଲେ ବାର ମାଲିକ first appeared on Kanak News.