ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫, ଉଦଘାଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କିଟ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଇଷ୍ଟ ଜୋନ୍ ଇଣ୍ଟର ୟୁନିଭରସିଟି ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫ ଉଦଘାଟିତ ।  କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିଅନସିପକୁ ଉଦଘାଟନ କରିଥିଲେ ।  ଭାରତୀୟ ବିଶ୍ୱବିଦ୍ୟାଳୟର ଆସୋସିଏସନ ଓ କିଟ ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଏହି ଚାମ୍ପିଅନସିପ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟର ବିଶ୍ଵବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଛନ୍ତି। […] The post ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫, ଉଦଘାଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫, ଉଦଘାଟନ କଲେ କିଟ୍  ଓ କିସ୍  ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ
kiit bbsr

କିଟ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଇଷ୍ଟ ଜୋନ୍ ଇଣ୍ଟର ୟୁନିଭରସିଟି ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫ ଉଦଘାଟିତ ।  କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିଅନସିପକୁ ଉଦଘାଟନ କରିଥିଲେ ।  ଭାରତୀୟ ବିଶ୍ୱବିଦ୍ୟାଳୟର ଆସୋସିଏସନ ଓ କିଟ ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଏହି ଚାମ୍ପିଅନସିପ ଅନୁଷ୍ଠିତ ହୋଇଛି ।

ଏଥିରେ ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟର ବିଶ୍ଵବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଛନ୍ତି। ଚାମ୍ପିଅନସିପ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ।  ଏଥିରେ ୩୯ଟି ବିଶ୍ଵ ବିଦ୍ୟାଳୟର ଅଂଶ ଗ୍ରହଣ କରିଥିବା ବେଳେ ୬୦୦ରୁ ଅଧିକ ଖେଳାଳି ସାମିଲ ହୋଇଛନ୍ତି। ଓଡ଼ିଶାର ୬ ଟି ବିଶ୍ଵ ବିଦ୍ୟାଳୟ ସହ କିଟ୍ ଓ କିସ୍ ର ଖେଳାଳି ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ଯେଉଁ ଟିମ୍ ଭଲ ଖେଳ ପ୍ରଦର୍ଶନ କରିବ ତାମଧ୍ୟରୁ ୪ଟି ବେଷ୍ଟ ଟିମ ମଧ୍ଯ ପ୍ରଦେଶରେ ହେବାକୁ ଥିବା ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଇଣ୍ଟର ଜୋନ୍ ଭଲିବଲ୍ (ମହିଳା) ଚାମ୍ପିଅନସିପରେ ଭାଗ ନେବାର କୃତିତ୍ୱ ଅର୍ଜନ କରିବେ। ଉଦଘାଟନ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ କ୍ରୀଡା ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ,କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଓ କିଟ୍ କ୍ରୀଡା ନିର୍ଦ୍ଦେଶକ ଲାଲାଟେନ୍ଧୁ ମିଶ୍ର ଉପସ୍ଥିତି ଥିଲେ ।

The post ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫, ଉଦଘାଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.