ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ମାମଲାର ଶୁଣାଣି କରି ଭୂତସରସିଙ୍ଗି କାନରାବ୍ୟାଙ୍କ ପିଅନ ରାମଚନ୍ଦ୍ର ନାୟକ( ୩୮)ଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନ ଦେବାକୁ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏପରିକି ଏହି ଜରିମାନ ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ […] The post ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ appeared first on Dharitri Odia News.

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ମାମଲାର ଶୁଣାଣି କରି ଭୂତସରସିଙ୍ଗି କାନରାବ୍ୟାଙ୍କ ପିଅନ ରାମଚନ୍ଦ୍ର ନାୟକ( ୩୮)ଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନ ଦେବାକୁ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।
ଏପରିକି ଏହି ଜରିମାନ ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣି ମୁତାବକ, ଗତ ୨୦୨୩ ଅଗଷ୍ଟ ୯ ତାରିଖରେ ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମର ସାରଳା ଏସ୍‌ଏଚ୍‌ଜି ମହିଳା ସଂଘ ଭୂତସରସିଙ୍ଗି କାନାରା ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ୧୦ ହଜାର ଟଙ୍କା ରୁଣ ନେଇଥିଲେ। ଏହାର ପରିଶୋଧର ମାସିକ କିସ୍ତି ଟଙ୍କା ୧୮ ହଜାର ଲେଖାଏ ୮ ମାସର ମୋଟ ୧ଲକ୍ଷ ୪୪ ହଜାର ଟଙ୍କା ବ୍ୟାଙ୍କକୁ ପରିଶୋଧ କରି ରସିଦ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ନ ମହିଳାମାନେ ଜାଣିବାକୁ ପାଇଥିଲେ। ଏପରିକି ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିବା ନେଇ ଏସ୍‌ଏଚ୍‌ଜି ମହିଳାସଂଘ ସଭାନେତ୍ରୀ ରମା ନାହାକଙ୍କ ସମେତ ୧୦ଜଣ ମହିଳା ପୁରୁଷୋତ୍ତମପୁର ଥାନାରେ ପୋଲିସରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୫୯୧/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ପୋଲିସ ଅଫିସର ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ର ଘଟଣାର ତଦନ୍ତ କରି କୋର୍ଟରେ ଚାର୍ଜସିଟ ରିପୋର୍ଟ ଦାଖଲ କରିଥିଲେ। ବିଚାରପତି ୧୩ଜଣ ସାକ୍ଷ୍ୟଙ୍କ ବୟାନ ଏବଂ ଚାର୍ଜସିଟ୍‌ ରିପୋର୍ଟକୁ ଭିତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ଆଇଜୀବୀ କୃଷ୍ଣଚନ୍ଦ୍ର ଗୌଡ଼ ପରିଚାଳନା କରୁଥିଲେ। ସୂଚନା ଯୋଗ୍ୟ, ରାଧାକୃଷ୍ଣ ଏସ୍‌ଏଚ୍‌ଜିର ଟଙ୍କା ହଡ଼ପ ଅଭିଯୋଗରେ ମୁଖ୍ୟ ବିଚାରପତି ଗତ ଜୁଲାଇ ୩୧ ତାରିଖରେ ରାମଚନ୍ଦ୍ରଙ୍କୁ ଅନୁରୁପ ଭାବେ ଦଣ୍ଡାଦେଶ ଦେଇଥିଲେ।

The post ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ appeared first on Dharitri Odia News.