ମହିଳା ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ସମୟରେ ମହିଳା ସଶକ୍ତିକରଣ ପାଇଁ ପ୍ରଣୟନ କରାଯାଇଥିବା ଅନେକ ଯୁଗୋପଯୋଗୀ ଯୋଜନା ସମଗ୍ର ଦେଶରେ ମଡେଲ ଭାବରେ ଗ୍ରହଣ କରାଯାଇଛି । ଏହି ଯୋଜନା ଗୁଡିକ ଏକ ସୁବର୍ଣ୍ଣ ଯୁଗର ସ୍ଵର୍ଣ୍ଣିମ ଅକ୍ଷରରେ ସର୍ବଜନବିଦିତ । ଏହି ସନ୍ଦର୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଅଣ୍ଟା ଭିଡ଼ିଛି […]

ମହିଳା ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି
Women are the strength of Biju Janata Dal

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ସମୟରେ ମହିଳା ସଶକ୍ତିକରଣ ପାଇଁ ପ୍ରଣୟନ କରାଯାଇଥିବା ଅନେକ ଯୁଗୋପଯୋଗୀ ଯୋଜନା ସମଗ୍ର ଦେଶରେ ମଡେଲ ଭାବରେ ଗ୍ରହଣ କରାଯାଇଛି । ଏହି ଯୋଜନା ଗୁଡିକ ଏକ ସୁବର୍ଣ୍ଣ ଯୁଗର ସ୍ଵର୍ଣ୍ଣିମ ଅକ୍ଷରରେ ସର୍ବଜନବିଦିତ ।

ଏହି ସନ୍ଦର୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ମହିଳା ଜନତା ଦଳ । ରାଜ୍ୟରେ ୧ ଲକ୍ଷ ସକ୍ରିୟ ମହିଳା ସଦସ୍ୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହେବା ସହିତ ଅନଲାଇନ୍ ଏବଂ ଅଫଲାଇନ ଜରିଆରେ ୨୫ ଲକ୍ଷ ସାଧାରଣ ସଭ୍ୟ ସଂଗ୍ରହ ନିମନ୍ତେ ପ୍ରସ୍ତୁତି କରୁଛି ବିଜୁ ମହିଳା ଜନତା ଦଳ।

ଆଜି ସମସ୍ତ ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ କର୍ମଶାଳା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନର ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵ କରିଥିବା ବେଳେ, ବରିଷ୍ଠ ନେତ୍ରୀ ଟୁକୁନି ସାହୁ ଏବଂ ବିଜୟ ନାୟକ ଉଦବୋଧନ ପ୍ରଦାନ କରିଛନ୍ତି । ବୈଠକରେ ସମସ୍ତ ଜୋନ୍, ଜିଲ୍ଲା, ବ୍ଲକ, ଏନଏସି, ମୁନିସିପାଲିଟି ତଥା ମହାନଗର ନିଗମ ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଡଃ ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ସୁମିତ୍ରା ଜେନା ଓ ଡଃ ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ବରିଷ୍ଠ ନେତ୍ରୀ ଉପସ୍ଥିତ ଥିଲେ।