ମହିଳାଙ୍କ ପୂର୍ବତନ ସ୍ୱାମୀଙ୍କ ଆକ୍ରମଣରେ ବର୍ତ୍ତମାନ ସ୍ୱାମୀ ଆହତ, ଚାଉଳିଆଗଞ୍ଜ ଥାନାରେ ଏତଲା

କଟକ ୧୫।୦୬: କଟକ ଶିଖରପୁର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଜଣେ ମହିଳାଙ୍କ ପୂର୍ବତନ ସ୍ବାମୀଙ୍କ ଆକ୍ରମଣରେ ବର୍ତ୍ତମାନର ସ୍ବାମୀ ଆହତ । ପ୍ରଥମେ ବଚସା ପରେ ବର୍ତ୍ତମାନର ସ୍ବାମୀ ଶିବ ଶଙ୍କରଙ୍କ ପେଟରେ ମଦ ବୋତଲ ଭାଙ୍ଗି ପୁରାଇ ଦେଇଥିଲା ପୂର୍ବତନ ସ୍ବାମୀ ଗୋବିନ୍ଦ ପରିଡ଼ା । ଆକ୍ରମଣ ର ଶିକାର ହୋଇଥିବା ଯୁବକ ଓ ଅଭିଯୁକ୍ତଙ୍କ ଘର ଶିଖରପୁର ଅଞ୍ଚଳରେ। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଥିବା ଜଣା ପଡିଛି । ଆକ୍ରମଣ ର ଶିକାର ହୋଇଥିବା ଶିବ ଶଙ୍କରଙ୍କ ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏନେଇ ପୀଡିତ ଯୁବକଙ୍କ ପତ୍ନୀ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି।