ମହିଳାଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର ! ଅସ୍ତ୍ରୋପଚାର ପରେ ମହିଳା ପାଇଲେ ନୂଆ ଜୀବନ
କନକ ବ୍ୟୁରୋ: ନୂଆ ଜୀବନ ପାଇଲେ ମହିଳା । ୧୫ କେଜିର ଏକ ଟ୍ୟୁମର ଅପରେସନ୍ ସଫଳ ହୋଇଛି । ଏପରି ଏକ ବିରଳ ଅପରେସନ୍ ସଫଳ ହୋଇଛି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ । ୨ ଡାକ୍ତରଙ୍କ ସମେତ ପୁରା ଟିମ୍ ଦୀର୍ଘ ୮ ଘଣ୍ଟା ଧରି ଏହି ଅପରେସନ୍ କରିବା ପରେ ଟ୍ୟୁମର କାଢିବାକୁ ସଫଳ ହୋଇଥିଲେ । ଅପରେସନ୍ ପରେ ମହିଳା ଜଣକ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ମହିଳା ଜଣକ ହେଉଛନ୍ତି ଜୟପୁରର ବାସିନ୍ଦା । ପୂର୍ବରୁ ଟ୍ୟୁମର ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସଦହ ଯନ୍ତ୍ରଣା ଭୋଗୁଥିବାବେଳେ ଅପରେସନ୍ ପରେ ମହିଳା ଜଣକୁ ନିଜକୁ ପୁରା ସୁସ୍ଥ ମନେ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।