ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି
ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ ତାଙ୍କର ଚିକିତ୍ସା କରାଇବା ପାଇଁ ବରେଲିର ମହାରାଣା ପ୍ରତାପ ଜିଲା ଚିକିତ୍ସାଳୟରେ ପହଞ୍ଚିଥିଲେ। ପେଟର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ମହିଳାଙ୍କ ଅପରେଶନ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଅପରେଶନ କରିବା ପରେ ତାଙ୍କ ପେଟରୁ ୨ କେ.ଜି. ଓଜନର କେଶ ବାହାରିଥିଲା। ସେ ବିରଳ ଟ୍ରାଇକୋଲୋଟୋମାନିଆ […] The post ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି appeared first on Dharitri Odia News.
ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ ତାଙ୍କର ଚିକିତ୍ସା କରାଇବା ପାଇଁ ବରେଲିର ମହାରାଣା ପ୍ରତାପ ଜିଲା ଚିକିତ୍ସାଳୟରେ ପହଞ୍ଚିଥିଲେ। ପେଟର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ମହିଳାଙ୍କ ଅପରେଶନ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଅପରେଶନ କରିବା ପରେ ତାଙ୍କ ପେଟରୁ ୨ କେ.ଜି. ଓଜନର କେଶ ବାହାରିଥିଲା। ସେ ବିରଳ ଟ୍ରାଇକୋଲୋଟୋମାନିଆ ରୋଗରେ ପୀଡ଼ିତ ଥିବା ନେଇ ଡାକ୍ତର କହିଛନ୍ତି। ଏହା ଏକ ବିରଳ ମାନସିକ ବିକୃତି, ଯେଉଁଥିରେ ପୀଡ଼ିତ ରୋଗୀଙ୍କୁ କେଶ ଖାଇବାକୁ ଇଚ୍ଛା ହୋଇଥାଏ।
The post ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି appeared first on Dharitri Odia News.