ମହିଳାଙ୍କର ଅଜବ ସଉକ୍; ମଣିଷ ରକ୍ତ ପିଇବାକୁ କରନ୍ତି ପସନ୍ଦ, ସପ୍ତାହକୁ ପିଅନ୍ତି ୩୬ ଲିଟର ରକ୍ତ
ନୂଆଦିଲ୍ଲୀ ୦୪।୦୪: ସାଧାରଣତଃ ଲୋକମାନଙ୍କର ଅଜବ ଅଜବ ସଉକ୍ ରହିଥାଏ । ଯାହାକୁ ସେମାନେ ଛାଡି ପାରିନଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି ମଣିଷ ରକ୍ତ ପିଇବାର ସଉକ୍ ରଖିବା ? ଶୁଣିଲେ ନିଶ୍ଚୟ ରୁମ ଟାଙ୍କୁରି ଯାଉଥିବ । କିନ୍ତୁ ଏପରି ସଉକ୍ ରଖିଛନ୍ତି ଜଣେ ୪୦ ବର୍ଷିୟ ମହିଳା। ପେସାରେ ସେ ଜଣେ ଟାଟୁ ଆର୍ଟିଷ୍ଟ । ନାଁ ହେଉଛି ମିଶେଲ୍ । ସେ କାର୍ଲିଫନିଆର ବାସିନ୍ଦା । ମିଶେଲ୍ଙ୍କ କହିବା କଥା ହେଉଛି ସେ କେବେ ବି ମଣିଷ ରକ୍ତ ପିଇବା ଛାଡି ପାରିବେନି । ମିଶେଲ ମଣିଷ ରକ୍ତ ପିଇବା ସହିତ ଜୀବଜନ୍ତୁଙ୍କ ରକ୍ତ ପିଇବାକୁ କରିଥାନ୍ତି ପସନ୍ଦ । ସେ ଗାଈଙ୍କ ଠାରୁ ଆରମ୍ଭ କରି ଘୁଷୁରି ଯାଏଁ ସମସ୍ତଙ୍କର ରକ୍ତ ପିଇଥାନ୍ତି । ମିଶାଲ୍ ସପ୍ତାହକୁ ପ୍ରାୟ ୩୬ ଲିଟରରୁ ଅଧିକ ରକ୍ତ ପିଇ ଯାଆନ୍ତି । ଅନେକ ସମୟରେ ସେ କଫିରେ ରକ୍ତ ମିଶାଇ ପିଇଥାନ୍ତି । ମିଶେଲ୍ ଅନେକ ବର୍ଷ ଧରି ରକ୍ତ ପିଇ ଆସୁଛନ୍ତି । ଏନେଇ ମିଶେଲ ନିଜେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ।ଏହାବ୍ୟତୀତ ମିଶେଲ୍ ଅନେକ ଅଜବ-ଅଜବ ସଉକ୍ ରଖିଥାନ୍ତି । ମିଶେଲ୍ଙ୍କୁ ତାଙ୍କ ଅଜବ ଅଭ୍ୟାସ୍କୁ ନେଇ ପଚରା ଯିବାରୁ ସେ କହିଛନ୍ତି କି ସେ ଯେତେବେଳେ ୧୮ ବର୍ଷର ହେଇଥିଲେ ସେତେବେଳେ ସେ ଡିପ୍ରେସନର ଶିକାର ହୋଇଥିଲେ । ଏହା ପରଠାରୁ ତାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥିଲା । ସେ ନିଜକୁ କଷ୍ଟ ଦେବା ଆରମ୍ଭ କରିଥିଲେ । ଦିନେ ତାଙ୍କ ହାତରୁ ରକ୍ତସ୍ରାବ ହେଉଥି
ନୂଆଦିଲ୍ଲୀ ୦୪।୦୪: ସାଧାରଣତଃ ଲୋକମାନଙ୍କର ଅଜବ ଅଜବ ସଉକ୍ ରହିଥାଏ । ଯାହାକୁ ସେମାନେ ଛାଡି ପାରିନଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି ମଣିଷ ରକ୍ତ ପିଇବାର ସଉକ୍ ରଖିବା ? ଶୁଣିଲେ ନିଶ୍ଚୟ ରୁମ ଟାଙ୍କୁରି ଯାଉଥିବ । କିନ୍ତୁ ଏପରି ସଉକ୍ ରଖିଛନ୍ତି ଜଣେ ୪୦ ବର୍ଷିୟ ମହିଳା। ପେସାରେ ସେ ଜଣେ ଟାଟୁ ଆର୍ଟିଷ୍ଟ । ନାଁ ହେଉଛି ମିଶେଲ୍ । ସେ କାର୍ଲିଫନିଆର ବାସିନ୍ଦା ।

ମିଶେଲ୍ଙ୍କ କହିବା କଥା ହେଉଛି ସେ କେବେ ବି ମଣିଷ ରକ୍ତ ପିଇବା ଛାଡି ପାରିବେନି । ମିଶେଲ ମଣିଷ ରକ୍ତ ପିଇବା ସହିତ ଜୀବଜନ୍ତୁଙ୍କ ରକ୍ତ ପିଇବାକୁ କରିଥାନ୍ତି ପସନ୍ଦ । ସେ ଗାଈଙ୍କ ଠାରୁ ଆରମ୍ଭ କରି ଘୁଷୁରି ଯାଏଁ ସମସ୍ତଙ୍କର ରକ୍ତ ପିଇଥାନ୍ତି । ମିଶାଲ୍ ସପ୍ତାହକୁ ପ୍ରାୟ ୩୬ ଲିଟରରୁ ଅଧିକ ରକ୍ତ ପିଇ ଯାଆନ୍ତି । ଅନେକ ସମୟରେ ସେ କଫିରେ ରକ୍ତ ମିଶାଇ ପିଇଥାନ୍ତି । ମିଶେଲ୍ ଅନେକ ବର୍ଷ ଧରି ରକ୍ତ ପିଇ ଆସୁଛନ୍ତି । ଏନେଇ ମିଶେଲ ନିଜେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ।

ଏହାବ୍ୟତୀତ ମିଶେଲ୍ ଅନେକ ଅଜବ-ଅଜବ ସଉକ୍ ରଖିଥାନ୍ତି । ମିଶେଲ୍ଙ୍କୁ ତାଙ୍କ ଅଜବ ଅଭ୍ୟାସ୍କୁ ନେଇ ପଚରା ଯିବାରୁ ସେ କହିଛନ୍ତି କି ସେ ଯେତେବେଳେ ୧୮ ବର୍ଷର ହେଇଥିଲେ ସେତେବେଳେ ସେ ଡିପ୍ରେସନର ଶିକାର ହୋଇଥିଲେ । ଏହା ପରଠାରୁ ତାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥିଲା । ସେ ନିଜକୁ କଷ୍ଟ ଦେବା ଆରମ୍ଭ କରିଥିଲେ । ଦିନେ ତାଙ୍କ ହାତରୁ ରକ୍ତସ୍ରାବ ହେଉଥିଲା, ସେତେବେଳେ ସେ ତାଙ୍କ ରକ୍ତକୁ ଶୋଷି ଦେଇଥିଲେ ।

ଆଉ ତାଙ୍କୁ ଏହାର ସ୍ବାଦ ଏତେ ପସନ୍ଦ ଆସିଲା ଯେ ସେ ପ୍ରତିଦିନ ଏପରି କରିବାକୁ ଲାଗିଲେ । ସେବେଠାରୁ ସେ ପ୍ରତିଦିନ ରକ୍ତ ପିଇବା ଆରମ୍ଭ କଲେ । ଆଉ ସେ ଏହାର ଅଭ୍ୟାସରେ ପଡିଗଲେ । ବର୍ତ୍ତମାନ ମିଶେଲ ମଣିଷ ରକ୍ତ ପିଇବା ପାଇଁ ଲୋକଙ୍କ ଶରୀରରେ ଛୁଞ୍ଚି ଭର୍ତ୍ତି କରନ୍ତି । ଆଉ ସେମାନଙ୍କ ଶରୀରରୁ ରକ୍ତ ପିଇଥାନ୍ତି । ତେବେ ତାଙ୍କର ଏହି ଅଦ୍ଭୁତ ସଉକ୍ ପାଇଁ ସେ ଖୁବ୍ ଚର୍ଚ୍ଚିତ । କିନ୍ତୁ ମିଶେଲଙ୍କ ପାଇଁ ଏହା ଏକ ସାଧାରଣ କଥା ଅଟେ ।