‘ମହିଳାଙ୍କୁ ଗୋଟିଏ ହତ୍ୟା ପାଇଁ ଅନୁମତି ମିଳୁ’:ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏନ୍‌ସିପି(ଏସ୍‌ପି) ନେତ୍ରୀ

ମୁମ୍ବାଇ, ୧୦।୩:ଜାତୀୟତାବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାଓ୍ବାର (ଏନ୍‌ସିପି-ଏସ୍‌ପି) ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ରୋହିଣୀ ଖଡ଼ସେ ମହିଳା ସୁରକ୍ଷାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଭାବନାତ୍ମକ ଚିଠି ଲେଖିଛନ୍ତି। ଦେଶବ୍ୟାପୀ ବଢ଼ୁଥିବା ମହିଳା ବିରୋଧୀ ଅପରାଧ ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଗୋଟିଏ ହତ୍ୟା କରିବା ପାଇଁ ଅନୁମତି ଦିଆଯାଉ ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାର ଉଦାସୀନ ଥିବା […] The post ‘ମହିଳାଙ୍କୁ ଗୋଟିଏ ହତ୍ୟା ପାଇଁ ଅନୁମତି ମିଳୁ’:ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏନ୍‌ସିପି(ଏସ୍‌ପି) ନେତ୍ରୀ appeared first on Dharitri Odia News.

‘ମହିଳାଙ୍କୁ ଗୋଟିଏ ହତ୍ୟା ପାଇଁ ଅନୁମତି ମିଳୁ’:ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏନ୍‌ସିପି(ଏସ୍‌ପି) ନେତ୍ରୀ

ମୁମ୍ବାଇ, ୧୦।୩:ଜାତୀୟତାବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାଓ୍ବାର (ଏନ୍‌ସିପି-ଏସ୍‌ପି) ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ରୋହିଣୀ ଖଡ଼ସେ ମହିଳା ସୁରକ୍ଷାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଭାବନାତ୍ମକ ଚିଠି ଲେଖିଛନ୍ତି। ଦେଶବ୍ୟାପୀ ବଢ଼ୁଥିବା ମହିଳା ବିରୋଧୀ ଅପରାଧ ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଗୋଟିଏ ହତ୍ୟା କରିବା ପାଇଁ ଅନୁମତି ଦିଆଯାଉ ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାର ଉଦାସୀନ ଥିବା ନେଇ ଏହି ଚିଠି ଯୋଗେ ସେ ଅଭିଯୋଗ କରିଛନ୍ତି। ଦେଶରେ ଅତ୍ୟାତାର ମାନସିକତା, ବଳାତ୍କାର ପ୍ରବୃତ୍ତି ଏବଂ ନିଷ୍କ୍ରିୟ ଆଇନ ବ୍ୟବସ୍ଥାକୁ ଶେଷ କରିବା ପାଇଁ ମହିଳାମାନଙ୍କୁ ଗୋଟିଏ ହତ୍ୟା ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି। ମହିଳାଙ୍କ ପାଇଁ ଏବେ ଭାରତ ସବୁଠାରୁ ଅସୁରକ୍ଷିତ ଦେଶ ପାଲଟିଛି ଏବଂ ପୂରା ଦେଶରେ ମହିଳାଙ୍କ ପ୍ରତି ବଳାତ୍କାର, ଘରୋଇ ହିଂସା, ଅପହରଣ ଆଦି ମାମଲା ବଢ଼ି ଚାଲିଥିବା ସେ ଅଭିଯୋଗ କରିିଛନ୍ତି। ଉଲ୍ଲେଖଯୋଗ୍ୟ, ରୋହିଣୀ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି-ଏସ୍‌ପି ନେତା ଏକନାଥ ଖଡସେଙ୍କର ଝିଅ।

The post ‘ମହିଳାଙ୍କୁ ଗୋଟିଏ ହତ୍ୟା ପାଇଁ ଅନୁମତି ମିଳୁ’:ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏନ୍‌ସିପି(ଏସ୍‌ପି) ନେତ୍ରୀ appeared first on Dharitri Odia News.