ମହିଳାଙ୍କୁ ଟେଲିଗ୍ରାମ ସିଇଓଙ୍କ ଖୋଲାଖୋଲି ଅଫର, ସ୍ପର୍ମ ନିଅ, ମାଗଣାରେ IVF ଟ୍ରିଟମେଣ୍ଟ କର
ନୂଆଦିଲ୍ଲୀ ୧୮/୧୦: ଚର୍ଚ୍ଚିତ ଚେହେରା ଟେଲିଗ୍ରାମ ଆପ୍ ସିଇଓ । ପାଭେଲ ଡୁରୋଭରୁ ସେ ଏବେ ଜୈବିକ ଫାଦର । ନିକଟରେ ଘୋଷଣା କରିଛନ୍ତି ୧୦୦ ରୁ ଅଧିକ ପିଲାଙ୍କ ଜୈବିକ ପିତା । ଏବେ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ଆଗେଇ । ଖୋଲାଖୋଲି କହିଛନ୍ତି ସ୍ପର୍ମ ନିଅ , ମାଆ ହୁଅ । ଏପରିକି ମାଗଣାରେ ମାଗଣା IVF ଚିକିତ୍ସା ଦେବାକୁ ବି ପ୍ରତିଶୃତି ଦେଇଛନ୍ତି । ଡୁରୋଭ କହିଛନ୍ତି ମସ୍କୋରେ ଥିବା ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍ ସହଯୋଗରେ ସେ ସମଗ୍ର ପ୍ରକ୍ରିୟାର ବହନ କରିବେ ଖର୍ଚ୍ଚ । ଏହି କ୍ଲିନିକ ସହ ଟେଲିଗ୍ରାମ ସିଇଓ କରିଛନ୍ତି ସ୍ପେଶାଲ ଚୁକ୍ତି ।ଡୁରୋଭଙ୍କ ଏପରି କରିବା ପଛରେ କୌଣସି ଉଦ୍ଦେଶ୍ୟ ନାହିଁ । ଟେଲିଗ୍ରାମ ଚ୍ୟାନେଲରେ ପାଭେଲ ବଖାଣୁଥିଲେ ତାଙ୍କର ଶୁକ୍ରାଣୁ ଦାନର ଯାତ୍ରା । କହିଥିଲେ, ଏଯାବତ୍ ମୋର ୧୦୦ରୁ ଅଧିକ ବାୟୋଲୋଜିକାଲ୍ ପିଲା ଅଛନ୍ତି । ତେବେ ଜଣେ ଅବିବାହିତ, ଏକୁଟିଆ ରହୁଥିବା ବ୍ୟକ୍ତି ପକ୍ଷେ ଏହା କିପରି ସମ୍ଭବ ହେଲା ବୋଲି ସେ ହସି ହସି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ମଧ୍ୟ ସେ ନିଜେ ହିଁ ଦେଇଥିଲେ । ସେ କହିଥିଲେ, ପାଖାପାଖି ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁ ନିଜ ପତ୍ନୀଙ୍କ ସହ ଆସି ତାଙ୍କଠାରୁ ସ୍ପର୍ମ ମାଗିଥିଲେ । ପ୍ରଥମେ ଲାଗିଥିଲା ଏହା ହାସ୍ୟାସ୍ପଦ, କିନ୍ତୁ ପରେ ମୁଁ ସାହାଯ୍ୟ କରିଥିଲି । ଆଉ ସେବେଠୁ ଜାରି ରହିଛି ମୋର ଶୁକ୍ରାଣୁ ଦାନ କରିବାର ଯୋଜନା ।ଏଥିପାଇଁ କିଛି
ନୂଆଦିଲ୍ଲୀ ୧୮/୧୦: ଚର୍ଚ୍ଚିତ ଚେହେରା ଟେଲିଗ୍ରାମ ଆପ୍ ସିଇଓ । ପାଭେଲ ଡୁରୋଭରୁ ସେ ଏବେ ଜୈବିକ ଫାଦର । ନିକଟରେ ଘୋଷଣା କରିଛନ୍ତି ୧୦୦ ରୁ ଅଧିକ ପିଲାଙ୍କ ଜୈବିକ ପିତା । ଏବେ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ଆଗେଇ । ଖୋଲାଖୋଲି କହିଛନ୍ତି ସ୍ପର୍ମ ନିଅ , ମାଆ ହୁଅ । ଏପରିକି ମାଗଣାରେ ମାଗଣା IVF ଚିକିତ୍ସା ଦେବାକୁ ବି ପ୍ରତିଶୃତି ଦେଇଛନ୍ତି । ଡୁରୋଭ କହିଛନ୍ତି ମସ୍କୋରେ ଥିବା ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍ ସହଯୋଗରେ ସେ ସମଗ୍ର ପ୍ରକ୍ରିୟାର ବହନ କରିବେ ଖର୍ଚ୍ଚ । ଏହି କ୍ଲିନିକ ସହ ଟେଲିଗ୍ରାମ ସିଇଓ କରିଛନ୍ତି ସ୍ପେଶାଲ ଚୁକ୍ତି ।
ଡୁରୋଭଙ୍କ ଏପରି କରିବା ପଛରେ କୌଣସି ଉଦ୍ଦେଶ୍ୟ ନାହିଁ । ଟେଲିଗ୍ରାମ ଚ୍ୟାନେଲରେ ପାଭେଲ ବଖାଣୁଥିଲେ ତାଙ୍କର ଶୁକ୍ରାଣୁ ଦାନର ଯାତ୍ରା । କହିଥିଲେ, ଏଯାବତ୍ ମୋର ୧୦୦ରୁ ଅଧିକ ବାୟୋଲୋଜିକାଲ୍ ପିଲା ଅଛନ୍ତି । ତେବେ ଜଣେ ଅବିବାହିତ, ଏକୁଟିଆ ରହୁଥିବା ବ୍ୟକ୍ତି ପକ୍ଷେ ଏହା କିପରି ସମ୍ଭବ ହେଲା ବୋଲି ସେ ହସି ହସି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ମଧ୍ୟ ସେ ନିଜେ ହିଁ ଦେଇଥିଲେ । ସେ କହିଥିଲେ, ପାଖାପାଖି ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁ ନିଜ ପତ୍ନୀଙ୍କ ସହ ଆସି ତାଙ୍କଠାରୁ ସ୍ପର୍ମ ମାଗିଥିଲେ । ପ୍ରଥମେ ଲାଗିଥିଲା ଏହା ହାସ୍ୟାସ୍ପଦ, କିନ୍ତୁ ପରେ ମୁଁ ସାହାଯ୍ୟ କରିଥିଲି । ଆଉ ସେବେଠୁ ଜାରି ରହିଛି ମୋର ଶୁକ୍ରାଣୁ ଦାନ କରିବାର ଯୋଜନା ।
ଏଥିପାଇଁ କିଛି ସ୍ପେଶାଲ ସର୍ତ୍ତାବଳି ରଖିଛନ୍ତି ଡୁରୋଭ । ଇଚ୍ଚୁକ ମହିଳାଙ୍କ ବୟସ ୩୭ବର୍ଷରୁ କମ୍ ହେବା ଉଚିତ୍ । ଖାଲି ସେତିକି ନୁହେଁ ଏହି ଅଫର ସୀମିତ ସମୟ ପାଇଁ ଅଟେ । କେବଳ ଅଲଟ୍ରାଭିଟା ଫର୍ଟିଲିଟି କ୍ଲିନିକ୍ ମିଳିବ ଏହି ସୁବିଧା । ଏମିତିକି ପାଭେଲ ଆଇଭିଏଫ୍ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ବହନ କରିବେ । ଆଗ୍ରହୀ ମହିଳାମାନେ ଯୋଗାଯୋଗ କରିବା ସହ ପରାମର୍ଶ ଲାଗି ନିବେଦନ କରିଛନ୍ତି । ପ୍ରାରମ୍ଭିକ ପରାମର୍ଶ ପରେ, ଡାକ୍ତର ଆଇଭିଏଫ୍ ପଦ୍ଧତି ବିଷୟରେ ବୁଝାଇ କରିବେ ପରୀକ୍ଷା ।
ବର୍ତ୍ତମାନର ପରିସ୍ଥିତିରେ ସୁସ୍ଥ ଶୁକ୍ରାଣୁର ଅଭାବ ସାରା ବିଶ୍ୱରେ ଏକ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି । ଏପରି ସ୍ଥିତିରେ ପାଭେଲଙ୍କ ସ୍ପର୍ମ, ୧୨ ଟି ଦେଶରେ ଶହେରୁ ଅଧିକ ପରିବାରକୁ ସାହାଯ୍ୟ କରିସାରିଲାଣି । ଆଉ ଏବେ ପାଭେଲଙ୍କ ଏହି ପଦକ୍ଷେପ ପରେ ନିସନ୍ତାନ ଥିବା ବାପା ମାଆ ଉପକୃତ ହେବେ ବୋଲି ଆଶା ।