ମହିଳାଙ୍କୁ ପୁଣିଥରେ ଘରର ଚାରିକାନ୍ଥ ଭିତରେ ରଖିବାକୁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ସୁଲତା ଦେଓ

ଭୁବନେଶ୍ୱର : ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କ ପାଇଁ  କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା  ଆବଶ୍ୟକ ବୋଲି ଅନୁଭବ କରି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ […]

ମହିଳାଙ୍କୁ ପୁଣିଥରେ ଘରର ଚାରିକାନ୍ଥ ଭିତରେ ରଖିବାକୁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ସୁଲତା ଦେଓ
Dharmendra Pradhan is plotting to shut down mission shakti

ଭୁବନେଶ୍ୱର : ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କ ପାଇଁ  କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା  ଆବଶ୍ୟକ ବୋଲି ଅନୁଭବ କରି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ ବ୍ୟବସାୟ କୌଶଳ ସମ୍ପର୍କରେ ଅଧ୍ୟୟନ ସହ ଓଡ଼ିଶାରେ ନିଜ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଏହାକୁ କାର୍ଯ୍ୟକାରୀ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରିବା, ଏଚଏଚଜିଗୁଡିକୁ ଏମ୍‌ଏସ୍‌ଏମ୍‌ଇରେ ପରିଣତ କରିବା ପାଇଁ ତୃଣମୂଳସ୍ତରର ମିଶନଶକ୍ତି ମହିଳାଙ୍କ ନେତୃତ୍ୱର ଅନେକ ପ୍ରତିନିଧିଙ୍କୁ ଦୁବାଇ ପଠାଯାଇଥିଲା। ଯାହା ରାଜ୍ୟ ବିଜେପିକୁ ବାଧିଛି। ଯେଉଁଥି ପାଇଁ ମିଶନଶକ୍ତି ମହିଳାଙ୍କ  ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ଯାହାକୁ ନେଇ ଆଜି ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ସୁଲତା ଦେଓ ଆଜି ଗଣମାଧ୍ୟମକୁ କହିଛନ୍ତି ମିଶନ ଶକ୍ତିର ବିଶ୍ୱସ୍ତରୀୟ ସଫଳତା ଏବଂ ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣରେ ଅସହିଷ୍ଣୁ ଓ ଇର୍ଷାପରାୟଣ ହୋଇପଡିଥିବା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ଏହି ମହିଳା ଏସଏଚଜି ସଦସ୍ୟମାନେ ୨୦୨୪ ଏପ୍ରିଲରେ କିଭଳି ଦୁବାଇକୁ ଯାଇ ନପାରିବେ ସେଥିପାଇଁ ଷଡ଼ଯନ୍ତ୍ର କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଏବଂ ମିଛରେ ୨୦୨୪ ମାର୍ଚ୍ଚ ୨୭ ତାରିଖରେ ମିଶନ ଶକ୍ତିର ଦୁବାଇ ପ୍ରତିନିଧିଙ୍କୁ ଅଟକାଇବା ପାଇଁ ଏକ ଅଭିଯୋଗ ପତ୍ର ପଠାଇବା ପାଇଁ ଯୋଜନା କରିଥିଲେ । ମିଶନ ଶକ୍ତି ମହିଳା ନେତ୍ରୀଙ୍କ ନାମ ତାଲିକାକୁ ପରବର୍ତ୍ତୀ ସମୟରେ ଇସିଆଇଙ୍କ ମାର୍ଗଦର୍ଶିକା ଆଧାରରେ ପ୍ରକାଶ କରାଯାଇଥିଲା। କିନ୍ତୁ  ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ଚାହୁଁନଥିବା ଏଥିରୁ ସ୍ପଷ୍ଟ ହୋଇଥିଲା।

ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ଭାବେ ସେ ସମ୍ବଲପୁରରୁ ମିଶନ ଶକ୍ତି ଏସ୍‌ଏଚଜି ସଦସ୍ୟଙ୍କୁ ଦୁବାଇ ଗସ୍ତରେ ଯିବାକୁ ବାରଣ କରିଛନ୍ତି। ଯଦି ସେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତେବେ ମିଶନ ଶକ୍ତିକୁ ବନ୍ଦ କରି ଦେବେ ଏବଂ ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କ ସଶକ୍ତୀକରଣକୁ ନଷ୍ଟ କରିଦେବେ ଏବଂ ପୁଣିଥରେ ସେମାନଙ୍କୁ ଘରର ଚାରି କାନ୍ଥ ଭିତରକୁ ଠେଲି ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ଏହା କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଗ୍ର ଅସହିଷ୍ଣୁତା, ଈର୍ଷା ଏବଂ ମହିଳା-ବିରୋଧୀ ମନୋଭାବକୁ ଦର୍ଶାଉଛି। ମିଶନ ଶକ୍ତି ଏସଏଚଜି ସଦସ୍ୟଙ୍କୁ ଦୁବାଇ ଯିବାରୁ ସେ ବାରଣ କରିଛନ୍ତି। ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମିଶନ ଶକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା, ଯିଏ କି ୭୦ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ବିପ୍ଳବ ସାଜିଛନ୍ତି।

ସେ ମହିଳାଙ୍କ ସଶକ୍ତିକରଣକୁ ବରଦାସ୍ତ କରିପାରିବେ ନାହିଁ; ସେ ଓଡ଼ିଶାର ମହିଳାମାନଙ୍କ ସଫଳତାକୁ ଗ୍ରହଣ କରିପାରିବେ ନାହିଁ। ସେ ମହିଳା ସଶକ୍ତିକରଣ ବିରୋଧି, ମହିଳା ବିକାଶର ବିରୋଧୀ ଏବଂ ମିଶନ ଶକ୍ତି ବିରୋଧର ଷଡଯନ୍ତ୍ରକାରୀ। ଓଡିଶାର କୋଟି କୋଟି ମହିଳା ବିଶେଷ କରି ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର ମହିଳାମାନେ ଏହି ନିର୍ବାଚନରେ ମହିଳାଙ୍କ ପ୍ରତି ତାଙ୍କର ଷଡ଼ଯନ୍ତ୍ର ଓ ଘୃଣା ଓ ସେମାନଙ୍କ ସଶକ୍ତିକରଣକୁ ବିରୋଧ ପାଇଁ ତାଙ୍କୁ ଉଚିତ୍‍ ଜବାବ ଦେବେ ବୋଲି ସୁଲତା ଦେଓ କହିଛନ୍ତି।