ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା: ଘୋଷଣାପତ୍ରରେ ଏଭଳି ପ୍ରତିଶ୍ରୁତି ଦେଲେ ହେମନ୍ତ
ରାଞ୍ଚି,୧୧।୧୧: ଝାଡଖଣ୍ଡର ଶାସକ ଜେଏମଏମ ସୋମବାର ଏହାର ନିର୍ବାଚନୀ ମନିଫେଷ୍ଟୋ ପ୍ରକାଶ କରିଛି। ୨୨ ପୃଷ୍ଠାର ମନିଫେଷ୍ଟୋରେ ଜେଏମଏମ କୃଷି, ଶିକ୍ଷା, ରୋଜଗାର, ମହିଳା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଶିଳ୍ପ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ବଡ଼ ପ୍ରତିଶ୍ରୁତି ଦେଇଛି। ଏଥିରେ ସଂରକ୍ଷଣ ସମ୍ବନ୍ଧରେ ସବୁଠାରୁ ବଡ ପ୍ରତିଶ୍ରୁତି ଦିଆଯାଇଛି , ଯାହା ୬୭ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି। ଘୋଷଣାପତ୍ର ଅନୁଯାୟୀ, କୃଷକମାନଙ୍କୁ ୦ ପ୍ରତିଶତ ସୁଧ ହାରରେ କୃଷି ଋଣ […] The post ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା: ଘୋଷଣାପତ୍ରରେ ଏଭଳି ପ୍ରତିଶ୍ରୁତି ଦେଲେ ହେମନ୍ତ appeared first on Dharitri Odia News.
ରାଞ୍ଚି,୧୧।୧୧: ଝାଡଖଣ୍ଡର ଶାସକ ଜେଏମଏମ ସୋମବାର ଏହାର ନିର୍ବାଚନୀ ମନିଫେଷ୍ଟୋ ପ୍ରକାଶ କରିଛି। ୨୨ ପୃଷ୍ଠାର ମନିଫେଷ୍ଟୋରେ ଜେଏମଏମ କୃଷି, ଶିକ୍ଷା, ରୋଜଗାର, ମହିଳା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଶିଳ୍ପ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ବଡ଼ ପ୍ରତିଶ୍ରୁତି ଦେଇଛି। ଏଥିରେ ସଂରକ୍ଷଣ ସମ୍ବନ୍ଧରେ ସବୁଠାରୁ ବଡ ପ୍ରତିଶ୍ରୁତି ଦିଆଯାଇଛି , ଯାହା ୬୭ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି।
ଘୋଷଣାପତ୍ର ଅନୁଯାୟୀ, କୃଷକମାନଙ୍କୁ ୦ ପ୍ରତିଶତ ସୁଧ ହାରରେ କୃଷି ଋଣ ଯୋଗାଇ ଦିଆଯିବ। ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ହେମନ୍ତ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଘୋଷଣା କରିଛନ୍ତି ଯେ, ୬୦,୦୦୦ ପଦବୀରେ ଶିକ୍ଷକ, ୧୫,୦୦୦ ପଦବୀରେ ପ୍ରଧାନ ଶିକ୍ଷକ, ୨୫୦୦ ପୋଷ୍ଟରେ କିରାଣୀ, ୫୦୦୦ନର୍ସ, ୧୫୦୦ଡାକ୍ତର, ୧୦ ହଜାର ପୋଲିସ କର୍ମଚାରୀ ନିଯୁକ୍ତି ପାଇବେ। ସେହିପରି ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ମଇଁଆ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳାଙ୍କୁ ୨୫୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ।
The post ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା: ଘୋଷଣାପତ୍ରରେ ଏଭଳି ପ୍ରତିଶ୍ରୁତି ଦେଲେ ହେମନ୍ତ appeared first on Dharitri Odia News.