ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଅଣକୁଶଳୀରୁ କୁଶଳୀ କରିବା ଲକ୍ଷ୍ଯ

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର।  ମୟୁରଭଞ୍ଜରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା... The post ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଅଣକୁଶଳୀରୁ କୁଶଳୀ କରିବା ଲକ୍ଷ୍ଯ appeared first on .

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଅଣକୁଶଳୀରୁ କୁଶଳୀ କରିବା ଲକ୍ଷ୍ଯ

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର।  ମୟୁରଭଞ୍ଜରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର। ଏଠାରେ ହଜାର ହଜାର ଶିକ୍ଷାର୍ଥୀଙ୍କୁ ସିଲେଇ ସହ ଅନ୍ଯନ୍ଯ ପ୍ରଶିକ୍ଷଣ ଯୋଗାଇ କୁଶଳୀ କରାଯାଏ। ପ୍ରଶିକ୍ଷଣ ପରେ ପିଲାଙ୍କୁ  ଭୂବନେଶ୍ଵର କିମ୍ବା ବଂଗାଲୁରୁରେ ଗାରମେଣ୍ଟ କମ୍ପାନୀରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ମୟୂରଭଂଜ ଜିଲ୍ଲାରେ ଏହିଭଳି ୩ଟି ଦକ୍ଷତା ବିକାଶ କେନ୍ଦ୍ର ରହିଛି। ଯାହା ଆଜିବି ସୁରୁଖୁରରେ ଚାଲିଛି।

ଯୁବକ ଯୁବତୀମାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର। ପିଲାଙ୍କୁ ଅଣକୁଶଳୀରୁ କୁଶଳୀରେ ପରିଣତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା କେନ୍ଦ୍ର। ଦେଶର ବିଭିନ୍ନ ସ୍ଥାନରେ ଥିବା ବଡ ବଡ କମ୍ପାନୀମାନଙ୍କ ସହ ଏମୋୟୁ ସ୍ଵାକ୍ଷର କରି ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଭିନ୍ନ ଭିନ୍ନ କମ୍ପାନୀରେ ନିଯୁକ୍ତି ଦାୟିତ୍ବ ନେଇଥିଲେ ସରକାର। ମୟୂରଭଂଜ ବାରିପଦା ବାଂକିଶୋଳ ଠାରେ ଥିବା ଏହି ଦକ୍ଷତା ବିକାଶ କେନ୍ଦ୍ରରେ ଆଜିବି ସୁରୁଖୁରରେ ଚାଲିଛି ପ୍ରଶିକ୍ଷଣ। ଏଠାରେ ବର୍ଷକୁ ହଜାର ହଜାର ଯୁବତୀଙ୍କୁ ସିଲେଇ ତାଲିମ ଦେବା ପରେ ଭୂବନେଶ୍ଵର କିମ୍ବା ବଂଗାଲୁରୁରେ ଗାରମେଣ୍ଟ କମ୍ପାନୀରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି।

ଏଠାରେ ତାଲିମ ନେବା ଏବଂ ନିଯୁକ୍ତିର ତିନି ମାସ ପର୍ଯ୍ୟନ୍ତ ପିଲାମାନେ ସରକାରୀ ଅଧିକାରୀମାନଂକ ନଜରରେ ରହିଥାନ୍ତି। ସେମାନଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତଦାରଖ କରିଥାନ୍ତି। କେବଳ ବାଂକିଶୋଳ ନୁହେଁ, ମୟୂରଭଂଜ ଜିଲ୍ଲାରେ ଏହିଭଳି ୩ ଗୋଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିବା କଥା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ କହିଛନ୍ତି।।

The post ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ବିଜୁ ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଅଣକୁଶଳୀରୁ କୁଶଳୀ କରିବା ଲକ୍ଷ୍ଯ appeared first on .